ଆରଡିସି ତଦନ୍ତର ପ୍ରଭାବ: ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା, ତତ୍ପର ହେଲା ପ୍ରଶାସନ

ଭୁବନେଶ୍ବର: ଜଣେ ଅସହାୟ ବୃଦ୍ଧଙ୍କ ଦୁର୍ଦ୍ଦଶାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେବା ପରେ ଶେଷରେ ପ୍ରଶାସନର ନିଦ ଭାଙ୍ଗିଛି। ଆରଡିସି (RDC) ତଦନ୍ତରେ ବ୍ୟାଙ୍କ ଏବଂ ସ୍ଥାନୀୟ ପ୍ରଶାସନର ଚରମ ଅବହେଳା ସ୍ପଷ୍ଟ ହେବା ପରେ, କେନ୍ଦୁଝରର ଜିତୁ ମୁଣ୍ଡାଙ୍କ ନିକଟରେ ଏବେ ସରକାରୀ ଯୋଜନାର ସୁୁୁୁୁୁୁୁୁୁୁୁୁୁଫଳ ପହଞ୍ଚିବା ଆରମ୍ଭ କରିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବେ ଅତି ତତ୍ପରତା ସହ ଜିତୁ ମୁଣ୍ଡାଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେଇଛି। ଦୀର୍ଘ ଦିନର ଅପେକ୍ଷା ପରେ ତାଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି। ଅନ୍ଧାରରେ ରହୁଥିବା ଜିତୁଙ୍କ ଘରକୁ ବିଦ୍ୟୁତ ବିଭାଗ ପକ୍ଷରୁ ସଂଯୋଗ ଦିଆଯାଇଛି। ତାଙ୍କ ଭଉଣୀଙ୍କ ନାମରେ ଥିବା ‘ଅନ୍ତ୍ୟୋଦୟ ରାସନ କାର୍ଡ’କୁ ଜିତୁଙ୍କ ନାମକୁ ସଂଶୋଧନ କରାଯାଇ ତାଙ୍କୁ ୫୦ କିଲୋ ଚାଉଳ ଯୋଗାଇ ଦିଆଯାଇଛି। ପିଇବା ପାଣି ପାଇଁ ଖୁବଶୀଘ୍ର ଏକ ନୂତନ ନଳକୂଅ ସ୍ଥାପନ କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

Impact of RDC investigation: Jitu Munda received government assistance