ଅପରେଶନ ସିନ୍ଦୂରର ପ୍ରଭାବ, ଭୁବନେଶ୍ୱରରୁ ବିମାନ ଉଡାଣ ବାତିଲ

ଭୁବନେଶ୍ୱର: ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦେଶରେ ସୁରକ୍ଷାକୁ ଖୁବ ନଜର ଦିଆଯାଉଛି। ସବୁକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ବିମାନ ବନ୍ଦରରୁ ଅସ୍ଥାୟୀ ଭାବେ ବିମାନ ସେବା ବନ୍ଦ କରାଯାଇଛି। ତେବେ ଭୁବନେଶ୍ବର ବିମାନବନ୍ଦରରୁ ୨ଟି ବିମାନ ବାତିଲ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ବରରୁ ହିଣ୍ଡନ ଗାଜିଆବାଦ ବିମାନ ଉଡ଼ାଣ ବାତିଲ କରାଯାଇଥିବା ବେଳେ,ପଶ୍ଚିମ ପ୍ରାନ୍ତକୁ ଉଡ଼ାଣ କଟକଣା ଥିବାରୁ ଏ ଦିଗକୁ ବି ବିମାନ ଉଡାଣ ବାତିଲ କାଯାଇଥିବା କହିଛନ୍ତି ନିର୍ଦ୍ଦେଶକ। ଆହୁରି ମଧ୍ୟ ଭୁବନେଶ୍ବର ପାଟନା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନ ବି ବାତିଲ କରାଯାଇଛି।

Impact of Operation Sindoor