୫୫ କୋଟିର ଲଟେରୀ ଜିତିଲେ ପ୍ରବାସୀ ଭାରତୀୟ

ଦୁବାଇ : ସଂଯୁକ୍ତ ଆରବ ଏମିରେଟ୍‌ସର ଦୁବାଇରେ ଏକ ହୋଟେଲରେ କାର୍ଯ୍ୟ କରୁୁଥିବା ସଜେଶ୍ ନାମକ ପ୍ରବାସୀ ଭାରତୀୟ ୫୫ କୋଟି ଟଙ୍କାର ଜ୍ୟାକ୍‌ପଟ୍ ଲଟେରୀ ଜିତିଥିବା ଜଣାପଡିଛି । ୪୭ ବର୍ଷୀୟ ସଜେଶ ଦୁବାଇର ଇକ୍କାୟିସ୍ ହୋଟେଲରେ ପର୍ଚେଜିଂ ମ୍ୟାନେଜରଭାବେ କାର୍ଯ୍ୟରତ ଅଛନ୍ତି । ନିଜର ଅନ୍ୟ ୨୦ ଜଣ ସାଙ୍ଗଙ୍କ ସହ ମିଶି ସଜେଶ୍ ଅନଲାଇନ୍‌ରେ ଏହି ଲଟେରୀ ଟିକଟ କିଣିଥିଲେ । ବର୍ତ୍ତମାନ ୫୫ କୋଟି ପ୍ରାଇଜ୍ ଅର୍ଥକୁ ୨୦ ଜଣଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ଗଲ୍‌ଫ ନ୍ୟୁଜ୍‌କୁ ଦେଇଥିବା ସାକ୍ଷାତକାରରେ ସଜେଶ୍ କହିଛନ୍ତି । ସୂଚନାଯୋଗ୍ୟ ଗତମାସରେ ଚୀନ୍‌ର ଜଣେ ବ୍ୟକ୍ତି ୧୧ ଡଲାର ମୂଲ୍ୟରେ ସମାନ ନମ୍ବର ଥିବା ୪୦ଟି ଲଟେରୀ ଟିକଟ କିଣିଥିଲେ । ସୌଭାଗ୍ୟବଶତଃ ତାଙ୍କ ଟିକଟ ନମ୍ବର ଉଠିବାପରେ ସଂପୃକ୍ତ ବ୍ୟକ୍ତିି ପୁରସ୍କାର ବାବଦରେ ୩୦ ନିୟୁତ ଡଲାର (ପ୍ରାୟ ୨୪୮ କୋଟି ଟଙ୍କା) ଜିତିଥିବା ଜଣାପଡିଛି । ଏଥିମଧ୍ୟରୁ ସେ ୬.୮ ଲକ୍ଷ ଡଲାର ସ୍ୱେଚ୍ଛାସେବୀ ସଂଗଠନକୁ ଦାନ କରିଦେଇଥିଲେ ।