ଓଜନ ହ୍ରାସ ପାଇଁ ଚାହୁଁ ଥିଲେ ଆପଣାନ୍ତୁ ଏହି ଖାଦ୍ୟ

ଯଦି ଆପଣ ଚାହୁଁଥାନ୍ତି ଆପଣଙ୍କ ଜଣ ବା ପେଟ କମାଇବା ପାଇଁ , ତେବେ ଆପଣଙ୍କୁ କେବଳ ଏହି ଜିନିଷକୁ ଡାଏଟରେ ଅନ୍ତର୍ଭୁକ୍ତ କରିବାକୁ ପଡିବ | ତା’ପରେ ଦେଖନ୍ତୁ ଆପଣ କିପରି କିଛି ଦିନ ମଧ୍ୟରେ ଫିଟ୍ ରହିବେ I

ଓଜନ ହ୍ରାସ କରିବା ସବୁଠାରୁ କଷ୍ଟକର ବିଷୟ I କିନ୍ତୁ ଯଦି ଆପଣ ସଠିକ୍ ଭାବରେ ଯୋଜନା କରନ୍ତି ଜଣ ହ୍ରାସ ପାଇଁ ତେବେ ନିଶ୍ଚୟ ଆପଣ ସଫଳ ହୋଇ ପାରିବେ I ଆପଣ ଯେତେ ବ୍ୟାୟାମ କରନ୍ତୁ ନା କାହିଁକି, ଯଦି ଆପଣ ସଠିକ୍ ଭାବରେ ଖାଦ୍ୟ ପାନୀୟ ଉପରେ କଣ୍ଟ୍ରୋଲ ନ ରଖନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡିବ ନାହିଁ Iବିଶେଷଜ୍ଞଙ୍କ ଅନୁଯାୟୀ, ଓଜନ ହ୍ରାସ କରିବାର ସର୍ବୋତ୍ତମ ଉପାୟ ହେଉଛି ପ୍ରଥମେ ଆପଣଙ୍କର ଖାଦ୍ୟକୁ ଠିକ୍ କରିବା I ଏହା ପରେ ଆପଣ ନିଜ ଶରୀର ଓଜନ ଅନୁଯାୟୀ ବ୍ୟାୟାମ କରିପାରିବେ I ତେବେ ଆସନ୍ତୁ ଜାଣିବା ବଢୁଥିବା ପେଟକୁ କି ଭଳି କମ କରିପାରିବା I

ପୂର୍ବରୁ ଆମର ଗୁରୁଜନ ମାନେ ସବୁବେଳେ ଉପଦେଶ ଦେଇଥାନ୍ତି କି ଜଲ୍ଦି ଶୋଇବା ଓ ଜଲ୍ଦି ଉଠିବାକୁ ଇ କିନ୍ତୁ ବର୍ତମାନ ବୁଷ୍ଟ ବହୁଳ ଜୀବନରେ ଜଲ୍ଦି ଶୋଇବା କଦାପି ସମ୍ଭବ ହେଉ ନାହିଁ ଇ ତଥାପି ଯେତେ ସମ୍ଭବ ଆମକୁ ଚେଷ୍ଟା କରିବାକୁ ପଡିବ I ତେବେ ସକାଳ ଟା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ I

ଆପଣ ପ୍ରଥମେ ସକାଳେ ଉଠି ମୁହଁ ନ ଧୋଇ ଏକ ଗ୍ଲାସ ଉଷୁମ ପାଣିରେ ଅଳ୍ପ ଲେମ୍ବୁ ଚିପୁଡ଼ି ପିଅନ୍ତୁ ଏହା ଦ୍ୱାରା ଆପଣ ରାତିରୁ ଯେଉଁ ଖାଦ୍ୟ ଖାଇଥାନ୍ତି କିଛି ମାତ୍ର ଗ୍ୟାସ ଯୋଇଥାଏ ଏଥିରୁ ଉପକାର ମିଳିବ ଇ ଗ୍ୟାସ ହେଉଛି ଆମ ପେଟ ବଢିବାର ଅନ୍ୟତମ କାରଣ ଇ

ସେହିଭଳି ଯଦି ଆପଣ ସକାଳେ ଚାଲିବାକୁ ଯାଉଥାନ୍ତି ,କିମ୍ବା କୌଣସି ବ୍ୟାୟାମ ପାଇଁ ଯାଉଥାନ୍ତି ତେବେ ଯିବା ପୂର୍ବରୁ ଏକଗ୍ଲାସ ଉଷୁମ ପାଣିରେ ଅଧଚାମଚ ମହୁ ଏବଂ ଅଳ୍ପ ପରି ମାଣରେ ଲେମ୍ବୁ ରସ ମିଶାଇ ପିଅନ୍ତୁ ଇ କାରଣ ମହୁ ରେ ଥିବା ଅତ୍ୟାବଶ୍ୟକ ହରମୋନ୍ ଭୋକକୁ ଦମନ କରିବାରେ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଶରୀରରେ ଜଳର ଅଭାବ ମେଟାବୋଲିଜିମ୍ ଉପରେ ଖରାପ ପ୍ରଭାବ ପକାଇପାରେ, ଯେଉଁ କାରଣରୁ ଶରୀର ଚର୍ବି ଝଡିବାରେ ସକ୍ଷମ ହୁଏ ନାହିଁ, କିନ୍ତୁ ଅଧିକ ପାଣି ପିଇବା ଦ୍ୱାରା ଭୋକ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ଏବଂ ଓଜନ ବଢି ନ ଥାଏ I

ସକାଳ ୯ ଟା ମଧ୍ୟରେ ଜଳଖିଆ ଖାଆନ୍ତୁ ,ଜଳଖିଆ ହେବି ହେଲେ ବହୁତ ଭଲ,ଏଥିରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ସ ନ ହୋଇ କିଛି ପ୍ରୋଟିନ ସାମିଲ କଲେ ଆହୁରି ଭଲ ‘ଯଥା ,ଅଣ୍ଡା ,ଛେନା ,କିମ୍ବା ମଞ୍ଜି ଜାତୀୟ ,ଇ ଖାଇ ସାରିବା ର କିଛି ସମୟ ପରେ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ ଇ
ଚିନାବାଦାମର ବ୍ୟବହାର ଓଜନ ହ୍ରାସ ପାଇଁ ଲାଭଦାୟକ ଅଟେ | ଆପଣ ଏହାକୁ ସକାଳେ ଜଳଖିଆ ପୂର୍ବରୁ ଏବଂ ରାତି ଶୋଇବା ପୂର୍ବରୁ ନେଇପାରିବେ I

ସେହିଭଳି ଦିନ ବେଳା ଖାଦ୍ୟରେ ଆପଣ ,ଗୋଲ ମରିଚ କୁ ଖାଦ୍ୟରେ ସାମିଲ କରନ୍ତୁ ଏଥିରେ ଥିବା ଥର୍ମୋଜେନିକ୍ ପ୍ରଭାବ କିମ୍ବା ଥର୍ମିକ୍ ଇଫେକ୍ଟକୁ ବଢ଼ିବାରେ ସାହାଯ୍ୟ କରେ, ଯାହାଦ୍ୱାରା ପାଚନ ଶକ୍ତି ବଢି ଥାଏ ଇ ସେହିଭଳି ଡାଲି ର ଉପର ଅଂଶ ର ପାଣି ଏକ ଗିନା ଖାଦ୍ୟରେ ସାମିଲ କରନ୍ତୁ ଇ ଖାଦ୍ୟ ଖାଇବାର ର ଠିକ ପୂର୍ବରୁ ଏକ ପ୍ଲେଟ ସାଲାଡ଼ ପ୍ରଥମେ ଖାଇ ନିଅନ୍ତୁ ଏଥିରେ ପ୍ରଚୁର ପରିମାଣରେ ଟମାଟୋ ଆଉ କାକୁଡି ରହିଲେ ଭଲ I ଯଥାସମ୍ଭବ ପ୍ରୋଟିନରେ ଭରପୂର ଖାଦ୍ୟ ଖାଆନ୍ତୁ | ମୁଗ ଡାଲି ପ୍ରୋଟିନର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ | ଆପଣ ଜାଣନ୍ତି ଯେ ୧୦୦ ଗ୍ରାମ ମୁଗ ଡାଲି ୨୪ ଗ୍ରାମ ପ୍ରୋଟିନ୍ ଥାଏ | ପ୍ରୋଟିନ ପାଇଁ ଯେପରିକି ଚିକେନ୍, ଅଣ୍ଡା , ମାଛରେ ଏବଂ ଅଧିକ ପ୍ରୋଟିନ୍ ଥାଏ I ଅନ୍ୟ ପଟେ, ପ୍ରୋଟିନର ପ୍ରମୁଖ ସାକାହାରୀ ମାନେ ବାଦାମ, ମଞ୍ଜି ଜାତୀୟ , ଆଳୁ, ଯେ କୌଣସି ଶସ୍ୟ ଜାତୀୟ ଏବଂ ଲେମ୍ବୁ କୁ ନିହାତି ଅନ୍ତର୍ଭୁକ୍ତ କରନ୍ତୁ ଇ ଖାଦ୍ୟ ତାଲିକାରେ ଆପଣ ସବୁବେଳେ କଞ୍ଚା ରସୁଣ ଖାଆନ୍ତୁ ଏହା ଜଣ କମାଇବାରେ ଫଳପ୍ରଦ ହେବ I ତେବେ ଆପଣ ଯାହା ବି ଖାଆନ୍ତୁ ମନେ କରି ଖାଇ ସାରିବାର ୧୫ ମିନିଟ ରୁ ଅଧଘଣ୍ଟାଏ ପରେ ପୁଣି ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ I

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି ସୋରିଷ ତେଲ, ରାଇସ ବ୍ରାନ ତେଲ, ଅଲିଭ୍ ତେଲ, ତେଲ ତେଲ, ବାଦାମ ତେଲ ଇତ୍ୟାଦି ଖାଦ୍ୟ ପାଇଁ ବ୍ୟବହାର କରିପାରିବେ I କିନ୍ତୁ ଯଥାସମ୍ଭବ ଟ୍ରାନ୍ସ ଫ୍ୟାଟ୍ ଠାରୁ ଦୂରେଇ ରୁହନ୍ତୁ | ଅତ୍ୟଧିକ ଭଜା ,ଲୁଣ , ରେଡ ମିଟ, ମଦ୍ୟପାନ କୁ ଅଣଦେଖା କରନ୍ତୁ ଏହା ଶରୀରରେ ମୋଟାପଣକୁ ବଢ଼ାଇବା ସହିତ ଫ୍ୟାଟି ଲିଭର ହେବାର ଆଶଙ୍କା ମଧ୍ୟ ବଢ଼ାଇଥାଏ I

ରାତିରେ ଶୋଇବା ପୂର୍ବରୁ ଗ୍ରୀନ୍ ଟି ପିଇ ପାରିବେ କିନ୍ତୁ ସକାଳେ ଖାଲି ପେଟରେ ଭୁଲ ରେ ମଧ୍ୟ ଗ୍ରୀନ ଟି ପିଅନ୍ତୁ ନାହିଁ ଏହା ଗ୍ୟାସ ସହିତ ଅମ୍ଳ ମଧ୍ୟ କରାଇଥାଏ I ରାତ୍ରୀ ଭୋଜନ ପରେ ନିଶ୍ଚିତ ଭାବରେ ଚେରି ଖାଆନ୍ତୁ I ଏହାକୁ ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ I
ଯଥାସମ୍ଭବମିଠା ଖାଇବାରୁ ଦୂରେଇ ରୁହନ୍ତୁ I ଯାହା ଆପଣଙ୍କ ଓଜନ ବଢ଼ାଇ ଥାଏ I ବାହାରର ଖାଦ୍ୟ ଖାଆନ୍ତୁ ନାହିଁ କାରଣ ଗୋଟିଏ ଦିନର ବାହାର ଖାଦ୍ୟ ଆପଣଙ୍କ ଲକ୍ଷ୍ୟକୁ ଖରାପ କରିପାରେ I

ଅନେକ ଲୋକ ଓଜନ ହ୍ରାସ ପାଇଁ ଅଧିକ ଦହି ଖାଇଥା’ନ୍ତି, କିନ୍ତୁ ଅତ୍ୟଧିକ ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ ବାଧା ହୋଇପାରେ ନିହାତି ଯଦି ଦହି ଖାଇବାକୁ ଚାହୁଁ ଥାନ୍ତି ତେବେ ଦହି କୁ ଗ୍ରାଇଣ୍ଡିଙ୍ଗ କରି ଘୋଳ ଦହି ପିଅନ୍ତୁ I
ବାହାରର ଫଳ ରସ ପିଅନ୍ତୁ ନାହିଁ କାରଣ ସେଗୁଡିକ ପ୍ରକ୍ରିୟାକରଣ କରାଯାଇଥାଏ ଏବଂ ଚିନିରେ ଭରପୂର ଥାଏ I ସେଗୁଡ଼ିକରେ କୌଣସି ଫାଇବର ନ ଥାଏ I

ଯଥା ସମ୍ଭବ ସାମୋସା, ମୋମୋ କିମ୍ବା ନୁଡୁଲ୍ସଠାରୁ ଦୁରେଇ ରୁହନ୍ତୁ ଏହା କେବଳ ମଇଦାରୁ ତିଆରି ଯେଉଁଥିରେ କୌଣସି ଫାଇବର ନ ଥାଏ ଯାହା ଆପଣଙ୍କ ଓଜନ ବଢ଼ିବାରେ ମୁଖ୍ୟ କାରଣ ହୋଇ ଥାଏ I

Comments (0)
Add Comment