ମଇଁଷିକୁ ଆଲିଙ୍ଗନ କଲେ ୨୦ ଲକ୍ଷ ଟଙ୍କାର ବୀମା ଦେବା ଦରକାର: ମମତା ବାନାର୍ଜୀ

ବିଜେପି ଉପରେ ବର୍ଷିଲେ ମମତା ! “ଭାଲେଣ୍ଟାଇନ ଡେ “କୁ ନେଇ ବଢିଲା ବିବାଦ ! ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଧାନସଭାରେ ସମ୍ବୋଧନ ଦେବା ଅବସରରେ ଭାଜପା ଉପରେ ଖୁବ୍ ବର୍ଷିଛନ୍ତି । ‘କାଓ ହଗ ଡେ’କୁ ନେଇ ଉଠିଥିବା ବିବାଦକୁ ନେଇ ମମତା କହିଛନ୍ତି, ସେମାନେ ଆମକୁ କହୁଛନ୍ତି ଭାଲେଣ୍ଟାଇନ ଡେ’ରେ ଗାଈକୁ ଆଲିଙ୍ଗନ କର ।

ଯଦି ଆମକୁ ଗାଈ ସିଙ୍ଗ ମାରିଦିଏ ତେବେ କ’ଣ ହେବ ବୋଲି ମମତା ପ୍ରଶ୍ନ କରିଥିଲେ । ସେ କହିଥିଲେ ଏମିତି କରିବାରେ ମୋର କୌଣସି ଆପତ୍ତି ନାହିଁ ହେଲେ ଭାଜପା ଆମକୁ ଏହି ସାହସିକ କାମ କରିବାକୁ ୧୦ ଲକ୍ଷ ଟଙ୍କର ବୀମା ଦେବା ଦରକାର । ଏହାସହ ମଇଁଷିକୁ ଆଲିଙ୍ଗନ କଲେ ୨୦ ଲକ୍ଷ ଟଙ୍କାର ବୀମା ଦେବା ଦରକାର । କେନ୍ଦ୍ରର ମତ୍ସ, ପଶୁପାଳନ ଓ ଡେୟରି ମନ୍ତ୍ରଣାଳୟର ପଶୁପାଳନ ଓ ଡେୟରି ବିଭାଗ ଅନ୍ତର୍ଗତ ଏଡବ୍ଲୁବିଆଇ ଭାଲେଣ୍ଟାଇନ ଡେ ଅର୍ଥାତ୍ ୧୪ ଫେବୃୟାରୀକୁ କାଓ ହଗ ଡେ ଭାବେ ପାଳନ କରିବାକୁ ଅପିଲ କରିଥିଲା ।

ଏହାପରେ ଏହି ଅପିଲର ସୋସିଆଲ ମିଡିଆରେ ଖୁବ୍ ମଜା ଉଡିଥିଲା । ଏହାପରେ ପଶୁ କଲ୍ୟାଣ ବୋର୍ଡ ଏହି ଅପିଲକୁ ଫେରାଇ ନେଇଥିଲା ।