ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ହେଲେ ଖାଆନ୍ତୁ ମସୁରୀ ଡାଲି,ହାର୍ଟ ଆଟାକ ରିସ୍କ କମ

ଡାଲି ଭାତ ଆମ ଭାରତୀୟ ମାନଙ୍କର ଅତି ପ୍ରିୟ ଖାଦ୍ୟ I ଭାରତ ରେ ପ୍ରାୟ ସବୁ ଅଂଚଳ ରେ ଡାଲି କୁ ଖାଦ୍ୟରେ ସାମିଲ କରାଯାଏ I ଡାଲି ଶରୀରକୁ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ I ଡାଲିରେ ପ୍ରୋଟିନ୍ ପରିମାଣ ଭରପୂର ଥାଏ Iତେଣୁ ଅଧିକାଂଶ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ କୋଲେଷ୍ଟ୍ରଲ ଏହାର ବ୍ୟବହାର ଦ୍ୱାରା ନିୟନ୍ତ୍ରିତ ହୋଇପାରିବ I ଆମ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଅଛି I ଭଲ ଏବଂ ଖରାପ I ଯଦି ଖରାପ କୋଲେଷ୍ଟ୍ରଲ ବଢି ଯାଏ, ତେବେ ହୃଦଘାତର ଆଶଙ୍କା ବଢାଇଥାଏ I ଏପରି ପରିସ୍ଥିତିରେ, ଡାଲି ମଧ୍ୟ କୋଲେଷ୍ଟ୍ରୋଲକୁ ସନ୍ତୁଳିତ କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ I ଆସନ୍ତୁ ଜାଣିବା କେଉଁ ଡାଲି କୋଲେଷ୍ଟ୍ରୋଲକୁ କମ କରେ I

ଅନେକ ରିପୋର୍ଟରେ ଦାବି କରାଯାଇଛି କି ଖରାପ କୋଲେଷ୍ଟ୍ରଲକୁ ମୁଗ-ମସୁର ଡାଲି ଦ୍ବାରା କଣ୍ଟ୍ରୋଲ କରାଯାଇପାରେ । ଯଦି ଆପଣ ମଧ୍ୟ ମୁଗ ଏବଂ ମସୁର ଡାଲି ସେବନ କରିବେ ତେବେ ହୃଦଘାତର ବିପଦ ମଧ୍ୟ କମ୍ ହୋଇଯିବ । କାରଣ ସମସ୍ତେ ଜାଣିଛନ୍ତି ଯେତେବେଳେ ଶରୀରରେ ଖରାପ କୋଲେଷ୍ଟ୍ରଲର ମାତ୍ରା ଅଧିକ ହୋଇଯାଏ ତେବେ ହୃଦଘାତର ବିପଦ ଅଧିକ ବଢିଯାଇଥାଏ ।

ଏହାସହ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ମଧ୍ୟ ମୁଗ-ମସୁର ଡାଲି ଅଧିକ ଲାଭଦାୟକ ହୋଇଥାଏ । ଅର୍ଥାତ୍ ମଧୁମେହ ରୋଗୀ ଏହି ଡାଲିକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ ।

ଯେଉଁମାନଙ୍କର ସବୁବେଳେ ପେଟ ଖରାପ ହୋଇଥାଏ ସେମାନେ ମଧ୍ୟ ଏହି ଡାଲି ଖାଇପାରିବେ । ପ୍ରକୃତରେ ମୁଗ-ମସୁର ଡାଲିରେ ଅଧିକ ପ୍ରୋଟିନ୍ ଥାଏ ଯାହାଦ୍ବାରା ପାଚନତନ୍ତ୍ର ମଧ୍ୟ ମଜଭୁତ ହୋଇଥାଏ ।

ମୁଗ-ମସୁର ଡାଲିରେ ପ୍ରୋଟିନ୍ ସହ ଫାଇବର ମଧ୍ୟ ରହିଥାଏ । ଯାହା ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ । ଅର୍ଥାତ୍ ଯେଉଁମାନେ ଓଜନ ହ୍ରାସ କରିବାରେ ଲାଗିଛନ୍ତି ସେମାନେ ଏହି ଡାଲି ସେବନ କରିବା ଜରୁରୀ ।

ଆପଣ ସପ୍ତାହରେ ତିନି ଥର ଏହି ଡାଲିକୁ ଖାଇପାରିବେ । ଏହାଦ୍ବାରା ଆପଣଙ୍କୁ ଗୋଟିଏ ନୁହେଁ ବରଂ ଅନେକ ବଡ ଫାଇଦା ମିଳିବ । ହାର୍ଟକୁ ସୁରକ୍ଷିତ ରଖିବାରେ ମଧ୍ୟ ଏହି ଡାଲି ଅତ୍ୟନ୍ତ ଉପଯୋଗୀ ଅଟେ ।