‘ମାସ୍କ ନ ପିନ୍ଧିଲେ ତଣ୍ଡ ଗଣିବାକୁ ବାଧ୍ୟ ’

କରୋନାର ନୂଆ ପ୍ରଜାତି ଓମିକ୍ରନ କୁ ନେଇ ସାରା ବିଶ୍ୱ ସହିତ ଆମଦେଶ ତଥା ରାଜ୍ୟ ଗୁଡିକ ମଧ୍ୟ ଆଶଙ୍କାରେ ଅଛନ୍ତି I ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ସମ୍ଭାବ୍ୟ ୩ୟ ସଂକ୍ରମଣ ଆଶଙ୍କାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ପ୍ରଶାସନ ତରଫରୁ ପୁଣି ଥରେ ମାସ୍କ ଚେକିଂ କଡ଼ାକଡ଼ି କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି। ମାସ୍କ ନ ପିନ୍ଧିଲେ ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସେହିଭଳି ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ନାଇଟ୍ କର୍ଫ୍ୟୁ କୁ ମଧ୍ୟ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାତି ୧୦ଟା ସୁଦ୍ଧା ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଜନଗହଳି ସ୍ଥାନରେ ସାମାଜିକ ଦୂରତା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ କହିଛନ୍ତି।ମହାମାରୀ କରୋନା ଆୟତ୍ତକୁ ଆସିବା ପରେ ରାଜ୍ୟ ସରକାର ପ୍ରାୟତଃ ସବୁ ସେକ୍ଟରକୁ ଖୋଲି ଦେଇଥିଲେ। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବଜାର, ଧାର୍ମିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅଫିସ୍‌ ଚାଲୁଥିଲା। ଆଉ ଚଳଚଞ୍ଚଳ ହୋଇଥିଲା ବିଭିନ୍ନ ଅନୁଷ୍ଠାନ ଓ ହାଟ ବଜାର। ହେଲେ ଏହି ଖୁସିରେ କଳଙ୍କ ଲଗାଇବା ପାଇଁ ପୁଣି କଡ଼ ଲେଉଟାଇଛି କରୋନା। ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦେଶ ବାହାରେ ଓମିକ୍ରମ୍‌ ତାଣ୍ଡବ ରଚିବା ଆରମ୍ଭ କଲାଣି। ପ୍ରତିଦିନ ବହୁ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି।

Comments (0)
Add Comment