କୋଭିଡ ନିୟମ ନ ମାନିଲେ ତଣ୍ଡ ଗଣିବେ ୫୦୦ :BMC

ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ତେବେ ଏହାର ମୁକାବିଲା ପାଇଁ ଜଣ ସାଧାରଣ ସତର୍କତା ଅବଲମ୍ବନ କରୁ ନ ଥିବାରୁ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭୁବେନଶ୍ୱର ମହାନଗର ନିଗମ । କୋଭିଡ଼ ନିୟମ ଭାଙ୍ଗିଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ବିଏମସି ଧାର୍ଯ୍ୟ କରିଛି । ଘରୁ ବାହାରିଲେ ସଠିକ୍ ଭାବେ ମାସ୍କ ପିନ୍ଧିବା ସୁନିଶ୍ଚିତ କରନ୍ତୁ । ସର୍ବ ସାଧାରଣ ସ୍ଥାନରେ ୨ ମିଟର ଦୂରତା ଓ ଭିଡ଼ରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି ।
ତେବେ ପ୍ରତି ଥର ଭଳି ଏ ଥର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହି ଅନୁସାରେ ଆଜି ରାଜ୍ୟରୁ ୪୮୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯଦି ଆମେ ବର୍ତ୍ତମାନ ସୁଦ୍ଧା ସତର୍କ ନ ରହିବ ତେବେ ରାଜ୍ୟରେ ତୃତୀୟ ଲହର ପୁଣି ତାର ଭୟାବହତା ଦେଖାଇପାରେ ଇ ଅନ୍ୟ ପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼. ନିରାଜ ମିଶ୍ର କହିଛନ୍ତି ରାଜ୍ୟରେ ଜାନୁୟାରୀ ୨୫ ଭିତରେ ଏହି ସଂକ୍ରମଣ ପିକ ପିରିୟଡ଼ ରେ ରହିବI ଏହି ସବୁ କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନଗର ନିଗମ ପକ୍ଷରୁ ଶକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି I

Comments (0)
Add Comment