ରେପୋ ରେଟ୍ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ, ବଢିବ ଗୃହ ଋଣ କିସ୍ତି

ମୁଦ୍ରାସ୍ଫିତି କୁ ଦୃଷ୍ଟିରେ ରଖି ରେପୋରେଟ୍‌ ବୃଦ୍ଧି କଲା ଆରବିଆଇ I ବୁଧବାରଠୁ ଚାଲିଥିବା ୩ ଦିନିଆ ବୈଠକର ଶେଷ ଦିନରେ ଅର୍ଥାତ ଶୁକ୍ରବାର ଦିନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନୂଆ ରେପୋ ରେଟ୍ ଜାରି କରିଛନ୍ତି । ଶେଷଥର ପାଇଁ ୨୦୨୦ ମାର୍ଚ୍ଚରେ ଆରବିଆଇ ପକ୍ଷରୁ ରେପୋରେଟ୍ ହ୍ରାସ କରାଯାଥିଲା। ସେତେବେଳେ କୋଭିଡ୍‌ ଓ ଲକଡାଉ ଜନିତ ଆର୍ଥିକ ମାନ୍ଦାବସ୍ଥା କାରଣରୁ ରେପୋ ରେଟ ହ୍ରାସ କରାଯାଇଥିଲା। ଏହାର ୨ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୨୨ ମେ’ ୪ ତାରିଖ ପର୍ଯ୍ୟନ୍ତ ସୁଦ୍ଧହାର ଅପରିବର୍ତ୍ତିତ ରଖାଯାଥିଲା। ରେପୋ ରେଟ ବଢ଼ାଇବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ ସମେତ ପର୍ଶନଲ ଋଣ କିସ୍ତିରେ ମଧ୍ୟ ବୃଦ୍ଧି ହୋଇଛି । ସାରା ବିଶ୍ୱରେ ମୁଦ୍ରାସ୍ଫୀତି ଚିନ୍ତାଜନକ ଥିବା ବେଳେ ଭାରତରେ ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଛି କେନ୍ଦ୍ରୀୟ ବ୍ୟାଙ୍କ ।
ଖାଲି ଆରବିଆଇ ଛଡା ବିଶ୍ୱର ଅନ୍ୟାନ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଉଚ୍ଚ ମୁଦ୍ରାସ୍ପିତି ହାର ଦେଇ ଗତି କରୁଛନ୍ତି । ଅରବିଆଇ ପକ୍ଷରୁ ସର୍ବାଧିକ ମୁଦ୍ରାସ୍ପିତି ହାର ୬ ପ୍ରତିଶତ ରଖାଯାଇଥିଵା ବେଳେ କିନ୍ତୁ ପ୍ରକୃତରେ ଦେଶରେ ମୁଦ୍ରାସ୍ପିତି ୭
ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ନେଇ ରେକର୍ଡ ହୋଇଛି । ଦେଶରେ ଦରଦାମ ବୃଦ୍ଧି ଧିରେଧିରେ କାବୁ ହେବାରେ ଲାଗିଛି । ପୂର୍ବରୁ ଅନେକ ବିଶେଷଜ୍ଞ ଆରବିଆଇ ରେପୋ ରେଟ୍ ୦.୩୫ରୁ ୦.୫୦ ପ୍ରତିଶତ ବଢାଇବ ବୋଲି ଅନୁମାନ ଲଗାଇଥିଲେ ।କିନ୍ତୁ ଅନ୍ୟ ଦିଗରେ ଆମେରିକାରେ ମାନ୍ଦାବସ୍ଥା ପାଇଁ ସୁଧହାର ବଢିଛି । ବ୍ୟାଙ୍କ ଅଫ୍ ଇଂଲଣ୍ଡ ମଧ୍ୟ ସୁଧ ହାର ୨୭ ବର୍ଷରେ ସବୁଠୁ ଅଧିକ ବୃଦ୍ଧି କରିଛି ।