ରତ୍ନଭଣ୍ଡାର ମରାମତି ନ କରାଯାଇଥାଆନ୍ତା ତେବେ ତାହା ଭୁଷୁଡି ପଡିଥାଆନ୍ତା: ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ

ଭୁବନେଶ୍ବର: ଶ୍ରୀମନ୍ଦିରର ରତ୍ନଭଣ୍ଡାର କାର୍ଯ୍ୟ ଆସନ୍ତା ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ। ଏ ନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ନୀତିକାନ୍ତିକୁ ଦେଖି ମରାମତି କାର୍ଯ୍ୟ ଚାଲିଛି। ଦିନକୁ ମାତ୍ର ଦୁଇଘଣ୍ଟା ଭିତରେ କାମ ହେଉଛି। ବର୍ତ୍ତମାନ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଲାଣି ବୋଲି ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଯଦି ରତ୍ନଭଣ୍ଡାର ମରାମତି କରାଯାଇ ନ ଥାଆନ୍ତା ତେବେ ଯାହା ସ୍ଥିତି ଥିଲା ତାହା କେତେବେଳେ ଭୁଷୁଡି ପଡିଥାଆନ୍ତା। ସେଥିପାଇଁ ଏଏସଆଇ କୁ କୌଣସି ବ୍ୟସ୍ତ ନ କରି ତାଙ୍କ ହିସାବରେ କାମ କରିବା ପାଇଁ କୁହାଯାଇଛି। ଏଥର ମରାମତି ଏପରି କରାଯାଉଛି ଯେପରି ଆଉ ଶହେ ବର୍ଷ ପାଇଁ ଯେପରି କିଛି କରିବାକୁ ପଡିବ ନାହିଁ। ତେବେ ବର୍ତ୍ତମାନ ସ୍ନାନଯାତ୍ରା ପୂର୍ବରୁ କାମ ଶେଷ କରିବାକୁ ଚେଷ୍ଠା କରାଯାଉ ବୋଲି ମନ୍ତ୍ରୀ କହିଛନ୍ତି।

If the Ratnabhandara had not been renovated