ପ୍ୟାନ କାର୍ଡ ହଜିଥିଲେ ମାତ୍ର ଏକ ମିନିଟରେ ଡାଉନଲୋଡ କରନ୍ତୁ ଇ-ପ୍ୟାନ


ପ୍ରତିଟି ନାଗରିକଙ୍କ ପାଇଁ ପ୍ୟାନ କାର୍ଡ ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡିଛି । ସରକାରୀ କାର୍ଯ୍ୟ,ଘରୋଇ କାର୍ଯ୍ୟ, ବ୍ୟାଙ୍କରେ ଖାତା ଖୋଲିବା , କ୍ରେଡିଟ୍ କାର୍ଡ କି ଡେବିଡ୍ କାର୍ଡ ଆବେଦନ ପାଇଁ ହେଉ ସବୁଠି ପ୍ୟାନ କାର୍ଡ଼ ଅତ୍ୟନ୍ତ ଜରୁରୀ ହୋଇଥାଏ I ବେଳେବେଳେ ଅସାବଧାନତା ବଶତଃ ପ୍ୟାନ କାର୍ଡ ଟି କେଉଁଠି ହଜିଯାଇଥିଲେ ଏହିପରି ଭାବରେ ଆପଣ ମାତ୍ର ଏକ ମିନିଟ ରେ ଡାଉନଲୋଡ଼ କରିପାରିବେ I ଏବେ ଆୟକର ବିଭାଗର ନୂଆ ୱେବସାଇଟରେ ଏହା ଉପଲବ୍ଧ ହେଉଛି । ଆପଣ ଇ-ପ୍ୟାନ କାର୍ଡ ଡାଉନଲୋଡ କରିବା ପାଇଁ ସର୍ବ ପ୍ରଥମେ ଆୟକର ବିଭାଗର ୱେବସାଇଟ https://www.incometax.gov.in/iec/foportal ରେ ଲଗଅନ୍ କରନ୍ତୁ
ଏବେ ‘Instant E PAN’ ଉପରେ କ୍ଲିକ୍ କରନ୍ତୁ
‘New E PAN’ଉପରେ କ୍ଲିକ କରନ୍ତୁ
ଏବେ ଆପଣ ଆପଣଙ୍କ ପ୍ୟାନ ନମ୍ବର ଟାଇପ କରନ୍ତୁ
ଯଦି ଆପଣଙ୍କ ପ୍ୟାନ ନମ୍ବର ମନେ ନାହିଁ ତେବେ ଆଧାର ନମ୍ବର ଲେଖନ୍ତୁ
ଏଠାରେ ଦିଆଯାଇଥିବା ସର୍ତ୍ତଗୁଡିକୁ ଧ୍ୟାନର ସହ ପଢି ‘Accept’ କରନ୍ତୁ
ଏବେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଓଟିପି ଆସିବ
ଏବେ ସେଠାରେ ଦିଆଯାଇଥିବା ଡିଟେଲ୍ସ ପଢି କନଫର୍ମ କରନ୍ତୁ
ଏବେ ଆପଣଙ୍କ ଇ-ମେଲରେ ଆପଣଙ୍କ ପ୍ୟାନ ପିଡିଏଫ ପର୍ମାଟରେ ଆସିଯିବ
ସେଠାରୁ ଆପଣ ଆପଣଙ୍କ ଇ-ପ୍ୟାନ ଡାଉନଲୋଡ କରିପାରିବେ
କହିରଖୁ କି ଯଦି ଆପଣଙ୍କ ପ୍ୟାନ ନମ୍ବର ଆପଣ ଭୁଲି ଯାଇଥିବେ ତେବେ ଆଧାର କାର୍ଡ ସହାୟତାରେ ଇ-ପ୍ୟାନ ଡାଉନଲୋଡ କରିପାରିବେ । ହେଲେ ଏଥିପାଇଁ ଆପଣଙ୍କ ପ୍ୟାନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ୍ ହୋଇଥିବା ଜରୁରୀ । ଯଦି ଆପଣଙ୍କ ପ୍ୟାନ କାର୍ଡ ସହ ଆଧାର କାର୍ଡ ଲିଙ୍କ ହୋଇ ନାହିଁ ତେବେ ଆପଣ କେବେ ବି ଇ-ପ୍ୟାନ ଡାଉନଲୋଡ କରିପାରିବେ ନାହିଁ । ତେଣୁ ପ୍ୟାନ କାର୍ଡ ଧାରୀଙ୍କୁ ଆଧାର କାର୍ଡ ଲିଙ୍କ କରିବା ଅତ୍ୟନ୍ତ ଜରୁରୀ I

Comments (0)
Add Comment