ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣମାନଙ୍କ ପାଇଁ ଗୀତ ଗାଇବି : ହ୍ୟୁମାନ

ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟାଙ୍କ ମିଶ୍ରଙ୍କ ମଧ୍ୟ ପାରିବାରିକ କଳହ ଏବେ ଚରମ ସୀମାରେ ପହଞ୍ଚିଛି। ତଥାପି ଆଜି ସେ ଉତ୍ସବ ପ୍ରଧାନପାଟର ଦ୍ବିତୀୟ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିଲେ। ଗତକାଲିର କାଉନସିଲିଂ ପରେ ଆଜି ଗଣମାଧ୍ୟାମ ସାମନାରେ ମୁହଁ ଖୋଲିଛନ୍ତି ଉଭୟ ହ୍ୟୁମାନ ।

ଗୀତ ଗାଇବା ପୂର୍ବରୁ ସେ କହିଥିବା କିଛି କଥା ଦର୍ଶକଙ୍କୁ ଭାବବିହ୍ବଳ କରି ଦେଇଥିଲା। ପ୍ରଥମେ କୋହଭରା କଣ୍ଠରେ ମୁଁ ବିବାଦରେ ଅଛି, କିନ୍ତୁ ମୋର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣମାନଙ୍କ ପାଇଁ ଗୀତ ଗାଉଥିବି ବୋଲି କହିଥିଲେ।

ବାପା -ମା’ଙ୍କ ଋଣ କେବେ କେହି ବି ସୁଝିପାରିବନି ବୋଲି ହ୍ୟୁମାନ କହିବା ସହ ବାପା-ମା’ଙ୍କ ପାଇଁ ଦୁଇ ପଦ ଗୀତ ଗାଇଥିଲେ। ଏହା ପରେ ନିଶ୍ବାସ ତୋ ବିନା ଚାଲେନା… ଗୀତ ଗାଇବା ସହ ତାଙ୍କର ବହୁ ସୁପରହିଟ ଗୀତ ଗାଇ ଦର୍ଶକମାନଙ୍କୁ ବିଳମ୍ବିତ ରାତି ଯାଏ ବାନ୍ଧି ରଖିଥିଲେ। ହ୍ୟୁମାନଙ୍କ ଗୀତ ଶୁଣିବା ପାଇଁ ଆଜି ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା।