‘ମୁଁ ସେତେବେଳ ପର୍ଯ୍ୟନ୍ତ ସ୍ଥିର ହୋଇ ବସିବିନି, ଯେପର୍ଯ୍ୟନ୍ତ ପରିବର୍ତ୍ତନ ଆସିନି ‘: ପ୍ରିୟଙ୍କା ଗାନ୍ଧୀ

ଉତ୍ତରପ୍ରଦେଶ ଖେରୀ ହିଂସାକାଣ୍ଡ ଘଟଣା ପରିପ୍ରେକ୍ଷୀରେ ପ୍ରିୟଙ୍କା ତୁରନ୍ତ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି “ଆମେ କଂଗ୍ରେସ କାର୍ଯ୍ୟକର୍ତ୍ତ, ଦେଶକୁ ସ୍ୱାଧୀନ କରିବାକୁ ଲଢେଇ ଲଢିଛୁ । ଆମକୁ କେହି ବି ଚୁପ୍ କରିପାରିବେ ନାହିଁ । କେହି ବି ଆମର ରାସ୍ତା ରୋକିପାରିବ ନାହିଁ । ଯେବେଠୁ ଏହି ସରକାର ଆସିଛି ସେବେଠୁ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିଛି କି? ଯଦି ଆପଣଙ୍କ ଜବାବ ନାଁ, ତେବେ ମୋ ସହିତ ଆସନ୍ତୁ ଆଉ ପରିବର୍ତ୍ତନ ଆଣନ୍ତୁ । ଆମ ଦେଶକୁ ବଦଳାନ୍ତୁ, କାହିଁକି ନାଁ ମୁଁ ସେତେବେଳ ପର୍ଯ୍ୟନ୍ତ ସ୍ଥିର ହୋଇ ବସିବିନି, ଯେପର୍ଯ୍ୟନ୍ତ ପରିବର୍ତ୍ତନ ଆସିନି ”, ରବିବାର ବାରଣାସୀରେ କୃଷକ ରାଲିକୁ ସମ୍ବୋଧିତ କରି ଏପରି କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।
ସେ ଆରୋପ ଲଗାଇଛନ୍ତି କି, ଜଣେ ବ୍ୟକ୍ତି ୬ ଜଣ ଚାଷୀଙ୍କୁ ଗାଡି ଚଢାଇ ହତ୍ୟା କଲା । ହେଲେ ସରକାର ସେହି ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛନ୍ତି । ସବୁ ମୃତକଙ୍କ ପରିବାର ଲୋକ କହୁଛନ୍ତି, ତାଙ୍କୁ ଟଙ୍କା କିମ୍ବା କ୍ଷତିପୂରଣ ଦରକାର ନାହିଁ ବରଂ ଦୋଷୀକୁ ଉଚିତ୍ ଦଣ୍ଡ ମିଳୁ । ହେଲେ ସରକାର କିନ୍ତୁ ତାଙ୍କୁ ସୁରକ୍ଷା ଦେଉଛନ୍ତି । ଅନ୍ୟପଟେ ସେ ଯେତେବେଳେ ଏହି ପରିବାରକୁ ଭେଟିବାକୁ ଯାଉଥିଲେ ପୋଲିସ ତାଙ୍କୁ ରୋକିଥିଲା । ଯେଉଁ ପୋଲିସ ଅପରାଧୀକୁ ଧରୁନି, ସେ ତାଙ୍କୁ ଧରିଥିଲା ବୋଲି ପ୍ରିୟଙ୍କା ଆଜି ରାଲିରେ କହିଛନ୍ତି ।

ସୂଚନା ଥାଉ କି ଉତ୍ତରପ୍ରଦେଶ ଖେରୀ ହିଂସାକାଣ୍ଡ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଙ୍କ ପୁଅ ଆଶିଷ ମିଶ୍ରଙ୍କୁ ବାରମ୍ବାର ସମନ ପରେ ଗତକାଲି ଏସଆଇଟି ଦ୍ୱରା ଗିରଫ ହୋଇଥିଲେ I ଆଜି ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Comments (0)
Add Comment