କେବେ ଲବି କରିନି, ବାପା ଯେତେବେଳେ ଯାହା ଦବା କଥା ଦେଇଛନ୍ତି : ରାଜ୍ୟସଭା ପ୍ରାର୍ଥୀ ସୁଲତା ଦେଓ

ଆଜି ୪ ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣାକରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟସଭା ଆସନ ପାଇଁ ସୁଲତା ଦେଓ ଓ ପଶ୍ଚିମ ଓଡ଼ିଶାର ଶ୍ରିମୟୀ ମିଶ୍ରଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଲତା ଦେଓ । ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ସୁଲତା ଦେଓ କହିଛନ୍ତି, ମୋ ପାଇଁ ଏହା ଏକ ଉପହାର । ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ସେତେବେଳେ ସେହି ଦାୟିତ୍ୱକୁ ଗ୍ରହଣ କରି କାମ କରିଆସିଛି । ମୁଁ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ବୋଲି ମାନିଆସିଛି । ତାଙ୍କୁ ହିଁ ମାର୍ଗଦର୍ଶକ ଭାବି ଆଗକୁ ବଢିଆସିଛି ।
ରାଜ୍ୟସଭା ଆସନ ପାଇଁ ମୁଁ କେବେ ଲବି କରିନାହିଁ । ୨୨ ବର୍ଷ ହେଲାଣି ବିଜେଡି ଦଳରେ ରହିଆସିଲାଣି । ଏହା ଏକ ଦଳ ନୁହେଁ ଏହା ମୋ ପରିବାର । ଏହି ପରିବାରର ମୁଖିଆ ମୋ ବାପାଙ୍କ ଭଳି । ତେଣୁ ମୁଁ କେବେ କୌଣସିଥିରେ ଅଳି କରିନି । ପିଲାଙ୍କୁ ଯାହା ଯେତେବେଳେ ଦରକାର ବାପା ଦେଇଥାନ୍ତି । ଆଉ ଆଜି ବାପା ମତେ ଯାହା ଦେବା କଥା ତାହା ଦେଇଛନ୍ତି । ସରପଞ୍ଚରୁ ରାଜ୍ୟସଭା ଯିବା ମୋପାଇଁ ଏକ ସୌଭାଗ୍ୟର କଥା ।