ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି: ପାଟ୍ଟଶାଶୀ

ଭୁବନେଶ୍ୱର: ବିଜେଡିରେ ଏବେ ଦେଖାଦେଇଛି ଗୋଷ୍ଠୀ କନ୍ଦଳ । ଦଳୀୟ ଅସନ୍ତୋଷ ଏବେ ବିସ୍ପୋରଣର ରୂପ ନେବାକୁ ଯାଉଛି । ଗତକାଲି ବରିଷ୍ଠ ବିଜେଡି ନେତା ଅମରପ୍ରସାଦ ଶତପଥୀ ନିଜର ଅସନ୍ତୋଷ ଝାଡ଼ିଥିବାବେଳେ ଆଜି  ପ୍ରସନ୍ନ ପାଟ୍ଟଶାଣୀ ବଡ଼ ବୟାନ ଦେଇଛନ୍ତି ।  ଭି.କେ ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି ବୋଲି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।  ଏହାଛଡ଼ା ଶ୍ରୀ ପାଟ୍ଟଶାଣୀ କହିଛନ୍ତି ଯେ ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ  ଥିବେ ସେତେ ପର୍ଯ୍ୟନ୍ତ ମୁଁ ବିଜେଡି ଆସିବ ନାହିଁ । ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା ବୋଲି ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।  ଏପରିକି ଲୋକମାନେ ଥରେ ଫୋପାଡ଼ି ଦେଲେ ଦଳର ଅବସ୍ଥା କ’ଣ ହୁଏ ତାହା ସମସ୍ତେ ଦେଖିଲେ ବୋଲି ସେ କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଅନ୍ୟ ନେତାମାନଙ୍କୁ ବି ଶ୍ରୀ ପଟ୍ଟଶାଣୀ ଏକ ପ୍ରଶ୍ନ କରିଛନ୍ତି । ତାହା ହେଲା କାହିଁକି ସେ ପାଣ୍ଡିଆନ ପଛରେ  ଗୋଡ଼ାଇଛ?