ଏକାସଙ୍ଗେ ମହିଳା ଜନ୍ମକଲେ ୪ ଶିଶୁକନ୍ୟା, ସବ୍ୟସାଚୀ କହିଲେ, ମୁଁ ହେଲି ମାମୁଁ

ଓଡିଶା ରେ ଘଟିଲା ଭାରତୀୟ ଚିକିତ୍ସା ଇତିହାସ ରେ ଏକ ବିରଳ ମୁହୂର୍ତ୍ତ ,ଏକ ଥରେ ଜନ୍ମ ନେଲେ ୪ ଲକ୍ଷ୍ମୀ ,ଆଉ ମୁଁ ମାମୁଁ ହେଲିବୋଲି ବିଶିଷ୍ଟ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ନିଜର ଖୁସି ବ୍ୟକ୍ତ କରିଛନ୍ତି I

ଘଟଣା ଅନୁଯାୟୀ କିଛି ଦିନ ତଳେ ଭଞ୍ଜନଗର -ଶରଣକୁଳ ଅଞ୍ଚଳର ଜଣେ ମହିଳା ପ୍ରସବ ବେଦନା ଅନୁଭବ କରିଥିଲେ । ତାଙ୍କର ଗର୍ଭରେ ଚାରି ଶିଶୁ ରହିଥିଲେ । ମାତ୍ର ଆର୍ଥିକ ଅଭାବରୁ ସେ ତାଙ୍କର ଚିକିତ୍ସା କରାଇପାରୁନଥିଲେ । ଘଟଣା ବିଷୟରେ ସୂଚନା ପାଇବା ପରେ ସବ୍ୟସାଚୀ ତାଙ୍କୁ ଏସସିବିରେ ଭର୍ତ୍ତ କରାଇଥିଲେ। ଏସସିବିରେ ପରୀକ୍ଷା ପରେ ମହିଳା ଜଣକ ଜଣ୍ଡିସ୍, ସିକଲସେଲ, ଏବଂ ଆନିମିଆରେ ଆକ୍ରାନ୍ତ ଥିବା କଥା ମଧ୍ୟ ଜଣାପଡ଼ିଥିଲା ।
ଏହାପରେ ଏସସିବିରେ ସ୍ତ୍ରୀ ଓ ପ୍ରସୁତି ବିଭାଗର ମୁଖ୍ୟ ଡା.ତୁଷାର କରଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା । ଛବିଙ୍କ ସହ ନବଜାତଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ଡାକ୍ତର । ଡାକ୍ତରଙ୍କ ଚେଷ୍ଟାରେ ସୁରକ୍ଷିତ ଭାବରେ ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଛବି। ଉଭୟ ମା’ ଏବଂ କନ୍ୟା ସନ୍ତାନଙ୍କର ସ୍ୱାସ୍ଥ୍ୟବସ୍ଥ୍ୟ ଭଲ ଥବା ନେଇ କୁହାଯାଇଛି । ସେପଟେ ସବ୍ୟସାଚୀ ପୂରା ଡାକ୍ତରୀ ଟିମକୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ସେ ମାମୁ ହୋଇଗଲେ। ଏ ନେଇ ସେ ଫେସବୁକରେ ପୋଷ୍ଟ କରିଛନ୍ତି ।

Comments (0)
Add Comment