ଭୁବନେଶ୍ବର: ଶ୍ରୀମନ୍ଦିରରେ ହୋଇଛି ନବ ଯୌବନ ଦର୍ଶନ। ଏହି ଦର୍ଶନ ପୂର୍ବାହ୍ନ ପର୍ଯ୍ୟନ୍ତ ଚାଲିଥିଲା । ଆଜି ସକାଳ 8ଟାରୁ ଆରମ୍ଭ ହୋଇଥିଲା ପରିମାଣିକ ଦର୍ଶନ। ଏହି ଦର୍ଶନ ଆଜି ସକାଳ 9 ଟା ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଆଜି ପ୍ରଭୃଙ୍କ ନବଯୌବନ ଦର୍ଶନ ଓ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ନାନ ଯାତ୍ରା ପରେ ପ୍ରଭୃ ଜ୍ହରରେ ପଡିଥିଲେ। ଏହାପରେ ସୁସ୍ଥ ହେବା ପରେ ତାଙ୍କର ବନକଲାଗି ନିତି କରାଯାଇଥିଲା। ପ୍ରଭୃଙ୍କ ବନକ ଲାଗିବା ପରେ ଆଜି ସେ ନବଯୌବନ ପ୍ରାପ୍ତି ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆରମ୍ଭ ହେବ ରଥଯାତ୍ରା।