ପ୍ରେମିକଙ୍କ ସହ ସ୍ବତନ୍ତ୍ର ମୁହୂର୍ତ୍ତ ବିତାଉଛନ୍ତି ହ୍ରିତିକ୍‌ଙ୍କ ପୂର୍ବ ପତ୍ନୀ ସୁଜେନ୍‌

ମୁମ୍ବାଇ: ହ୍ରିତିକ୍‌ ରୋଶନଙ୍କ ପୂର୍ବ ପତ୍ନୀ ସୁଜେନ୍‌ ଖାନ୍‌ ଆଜିକାଲି ତାଙ୍କ ପ୍ରେମିକ ଅର୍ସନାଲ୍‌ ଗୋନିଙ୍କ ସହ ଛୁଟି କାଟୁଛନ୍ତି। ସୁଜେନ ଓ ତାଙ୍କ ପ୍ରେମିକ ଏବେ ମେକ୍ସିକୋରେ ଛୁଟି କାଟୁଥିବାର ନଜର ଆସିଛନ୍ତି। ଦୁହିଁଙ୍କର ଏକ ଭିିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି। ସୁଜେନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଏକ ମଜାଦାର୍‌ ଭିିଡିଓ ସେୟାର୍‌ କରିଛନ୍ତି। ଯେଉଁଥିରେ ସେ ପ୍ରେମିକ ଅର୍ସନଲ୍‌ଙ୍କ ସହ ଭଲପାଇବାର ମୁହୂର୍ତ୍ତ ବିତାଉଥିବାର ନଜର ଆସିଛନ୍ତି।

ଏହି ଭିଡିଓରେ କ୍ୟାପ୍‌ଓନ୍‌ ଲେଖିଛନ୍ତି, ‘ସମସ୍ତଙ୍କ ପାଇଁ ମନରେ ଭଲପାଇବା ରଖିଥିବା ଏହି ବାଘୁଣୀକୁ ଏପରି ଏକ ମୁହୂର୍ତ୍ତର ଆବଶ୍ୟକତା ଥିଲା। ଏହି ବର୍ଷର ସବୁଠାରୁ ଭଲ ଗ୍ରୀଷ୍ମ ଋତୁ। ମୁଁ ଏହା ପାଇଁ ବନିଥିଲି’।

ସୁଜେନ୍‌ ଓ  ଅର୍ସନାଲ୍‌ ସେୟାର୍‌ ହୋଇଥିବା ଭିଡିଓରେ ପରସ୍ପରଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି। ସେମାନେ ଭଲ ଖାଦ୍ୟ ଖାଇବା ସହ ପରସ୍ପରଙ୍କ ସହ ଭଲ ମୁହୁର୍ତ୍ତ ବିତାଉଥିବାର ଦେଖିବାକୁ ମିଳିଛି।

ପ୍ରଶଂସକମାନଙ୍କୁ ସୁଜେନ୍‌ଙ୍କର ଏହି ଭିଡିଓ ଖୁବ୍‌ ପସନ୍ଦ ଆସିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ତୁମେ ଅର୍ସନାଲ୍‌ଙ୍କୁ ବାଛିଥିବାରୁ ମୁଁ ଖୁସି ଅଛି।’ ଅନ୍ୟ ଜଣେ ଲେଖିଛନ୍ତି, ‘ମୋତେ ଆପଣ ଦୁହିଁଙ୍କୁ ଏକତ୍ର ଦେଖି ଖୁବ୍‌ ଖୁସି ଲାଗୁଛି।

ସୁଜେନ ଦୁଇ ସପ୍ତାହ ତଳେ ବି ଅର୍ସନାଲ୍‌ଙ୍କ ସହ ମେକ୍ସିକୋର ଏକ ଭିଡିଓ ସେୟାର୍‌ କରିଥିଲେ। ସେଥିରେ ସେ ଲେଖିଥିଲେ, ‘ନିଜ ପ୍ରିୟ ମଣିଷ ସହ କିଛି ସମୟ ବିତାଉଛି’। ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ବି ଏହି ପ୍ରେମ ପକ୍ଷୀଙ୍କୁ ଅନେକ ସମୟରେ ଛୁଟି କାଟୁଥିବାର ଦେଖିବାକୁ ମିଳିଥାଏ।