କେମିତି ରଖିବେ ନିଜ ହୃଦୟକୁ ସୁସ୍ଥ?

ବର୍ତ୍ତମାନ ଯୁଗ ବଦଳିବା ସହ ଲୋକଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀ ବେଶ୍ ବଦଳି ଯାଇଛି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏବେ ଜଙ୍କଫୁଡ ପ୍ରେମରେ ପଡ଼ିଛନ୍ତି। ଖାଦ୍ୟପେୟ ଅନିୟମିତତା ହେଉ ବା କୌଣସି ଶରୀରିକ ପରିଶ୍ରମର ଅଭାବ, ବର୍ତ୍ତମାନ ହୃଦରୋଗ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। ସଚେତନତା ଅଭାବରୁ ଅନେକ ଲୋକ ହୃଦଘାତର ଶିକାର ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି। ଏପରିକି ଆଜିକାଲି ଯୁବପିଢ଼ିଙ୍କ ଠାରେ ଏହି ସମସ୍ୟା ଦେଖାଦେଇଛି।

ଓ୍ଵାର୍ଲ୍ଡ ହାଟ ଫେଡେରେସନ ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୧୮ ନିୟୁତ ଲୋକ ହୃଦରୋଗ କାରଣରୁ ପ୍ରାଣ ହରାଉଛନ୍ତି।

ବର୍ତ୍ତମାନ ସମୟରେ ଆଧୁନିକ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଛି। ତା’ମଧ୍ୟରୁ ସବୁଠାରୁ ବଡ଼ ରୋଗ ହେଉଛି ହୃଦରୋଗ। ହୃତ୍‌ପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ହୃତପିଣ୍ଡ ସଠିକ ଭାବେ କାର୍ଯ୍ୟ ନକଲେ ପୁରା ଶରୀରରେ ସମସ୍ୟା ଦେଖାଯାଇଥାଏ। ତେଣୁ ହାର୍ଟକୁ ସୁସ୍ଥ ରଖିବା ନିହାତି ଦରକାର। ତେବେ ଆପଣଙ୍କ ହାର୍ଟ ସୁସ୍ଥ ନା ଅସୁସ୍ଥ, କେମିତି ଜାଣିବେ? କେମିତି ରଖିବେ ନିଜ ହାର୍ଟକୁ ସୁସ୍ଥ? ତେବେ, ଏନେଇ ଆମେ ଆଜି ଆପଣଙ୍କୁ କହିବୁ ,ହୃଦୟକୁ କିପରି ସୁସ୍ଥ ରଖିବେ ।

ହୃଦଘାତର କାରଣ :

ଧୂମ୍ରପାନ ।
ଶାରିରୀକ ପରିଶ୍ରମ ଅଭାବ।
ଓଜନ ବୃଦ୍ଧି ।
ରକ୍ତ ସର୍କରା।
କୋଲେଷ୍ଟ୍ରଲ ଓ ଉଚ୍ଚ ରକ୍ତଚାପ ।
କମ୍ ନିଦ୍ରା ।
ଫାଷ୍ଟପୁଡ ଖାଦ୍ୟ ଖାଇବା ।

ଫାଷ୍ଟପୁଡ ଓ ତେଲଛଣା ଖାଦ୍ୟ ଗ୍ରହଣ କରିବା ହାର୍ଟ ଆଟାର୍କର ଆଉ ଏକ କାରଣ :

ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ହାଇ କୋଲେଷ୍ଟଲ ହାର୍ଟ ଆଟାର୍କର ମୁଖ୍ୟ କାରଣ ହୋଇଥାଏ । ଖାସ କରି ଫାଷ୍ଟପୁଡ ଓ ଛଣା ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ । ଏବଂ ଲୁଣଯୁକ୍ତ ଖାଦ୍ୟ ମଧ୍ୟ ଅଧିକ ଖାଆନ୍ତୁ ନାହିଁ । ଫାଷ୍ଟପୁଡ ଖାଦ୍ୟ ଖାଉଥିବା ଲୋକଙ୍କ ଠାରେ ହାର୍ଟ ଆଟାର୍କର ଭୟ ଅଧିକ ଥାଏ । ଫାଷ୍ଟପୁଡ ଖାଦ୍ୟ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ ବଢିଥାଏ । ଖାସ କରି ପୁରୁଷ ମାନଙ୍କ କ୍ଷେତ୍ରରେ ୪୫ ବର୍ଷ ବୟସରେ ଅଧିକ ହୃଦଘାତର ଆଶଙ୍କା ଥିବା ବେଳେ ମହିଳାମାନଙ୍କ କ୍ଷତ୍ରରେ ୫୫ ବର୍ଷ ବୟସରେ ଥାଏ ।

ହୃଦଘାତର ଲକ୍ଷଣ :

ଛାତିର ମଧ୍ୟଭାଗରେ ଯନ୍ତ୍ରଣା ହେବା ।
ଅନବରତ ଝାଳ ବୋହିବା ବା ହାଲିଆ ଲାଗିବା ।
ମୁଣ୍ତ ବୁଲାଇବା ।
କାନ୍ଧରେ ଯନ୍ତ୍ରଣା ଅନୁଭବ କରିବା ।
ଚାଲିବା ସମୟରେ ଧଇଁସଇଁ ଲାଗିବା
ହଠାତ୍ ହୃଦସ୍ପନ୍ଦନ ବଢିଯିବା ।
ଲଗାତର ଚାପ ,ଚିନ୍ତା ଓ ଭୟ ଅନୁଭବ କରିବା।
ମାଢିରେ ଯନ୍ତ୍ରଣା ହେବା ।

ଚିକିତ୍ସା :

ଠିକ ସମୟରେ ଖାଦ୍ୟ ଖାଇବା ।
ଯଥେଷ୍ଟ ଫଳମୂଳ ଓ ତଟକା ପନିପରିବା ଖାଇବା
ଅତ୍ୟଧିକ ଚର୍ବି ଜାତୀୟ ଖାଦ୍ୟ ନ ଖାଇବା
ତେଲ ମସଲା ଖାଦ୍ୟ ବେଶୀ ନ ଖାଇବା ।
ପ୍ରତିଦିନ ଶାରୀରିକ ବ୍ୟାୟାମ କରିବା
ଦିନକୁ ୭ ରୁ ୯ ଘଣ୍ଟା ଶୋଇବା ।
ଧୂମ୍ରପାନ ଠାରୁ ନିଜକୁ ଦୂରେଇ ରଖିବା ।
ଆବଶ୍ୟକ ପଡିଲେ ଡାକ୍ତରଙ୍କ ପରାମର୍ଶ ନେବେ ।