ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନନାୟକ କେତେ ଧନୀ; ଆସିଲା ରିପୋର୍ଟ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନନାୟକଙ୍କ ଜାତୀୟ ସ୍ତରରେ କ୍ରେଜ ବଢ଼ିବାରେ ଲାଗିଛି । ଦେଶର ବର୍ତ୍ତମାନର ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ତେବେ ଧନୀ ସିଏମ ମାନଙ୍କ ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନ ହେଉଛି ତୃତୀୟ। ଆଉ ଏହି ତାଲିକାରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ସେ ହେଉଛନ୍ତି ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ । ତେବେ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ରିପୋର୍ଟରେ ଜଗନ ରେଡ୍ଡିଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୧୦ କୋଟି ଯାହାକି ସବୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ। ସେହିପରି ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୧୬୩ କୋଟି ସେ ହେଉଛନ୍ତି ଦ୍ଵିତୀୟ ଧନୀ ମୁଖ୍ୟମନ୍ତ୍ରୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ରହିଛି ୬୩ କୋଟିର ସମ୍ପତ୍ତି। ଚତୁର୍ଥ ସ୍ଥାନରେ ନାଗାଲ୍ୟାଣ୍ଡ ମୁଖ୍ୟମନ୍ତ୍ରୀ ନିପ୍ୟୁ ରିହୁ ୪୬ କୋଟିରୁ ଅଧିକ ସମ୍ପତ୍ତି ରହିଛି। ସେହିପରି ପଞ୍ଚମ ପଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍‌ ରଙ୍ଗାସ୍ବାମୀର ୩୮ରୁ ଅଧିକ ସମ୍ପତ୍ତି ରହିଛି।

ନବୀନ ଗତ ବର୍ଷ ତାଙ୍କର ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତିର ବିବରଣୀ ଘୋଷଣା କରିଥିଲେ। ରିପୋର୍ଟ ଅନୁଯାୟୀ, ପଟ୍ଟନାୟକଙ୍କ ପାଖରେ ଚଳନ ସମ୍ପତ୍ତି ୬୩,୬୪,୧୫,୨୬୧ ଟଙ୍କା ରହିଛି। ଡିସେମ୍ବର ୩୧, ୨୦୨୧ ଘୋଷଣାନାମା ଅନୁଯାୟୀ ପଟ୍ଟନାୟକଙ୍କ ବ୍ୟାଙ୍କ ବାଲାନ୍ସ ୩୧, ୨୦୨୧ ଲକ୍ଷ ଟଙ୍କା ରହିଛି । ତାଙ୍କର ଏସବିଆଇର ଜନପଥ, ନୂଆଦିଲ୍ଲୀ ଶାଖା, ସଂସଦ ଗୃହ ଶାଖା, ଭୁବନେଶ୍ୱର ଶାଖା ଏବଂ ତିନୋଟି ମିଳିତ ଆକାଉଣ୍ଟ (ହିଞ୍ଜିଲିକାଟୁ କଲେଜ କ୍ୟାମ୍ପସ ଶାଖାରେ ଦୁଇଟି, ଗଞ୍ଜାମ ଏବଂ ପଦମପୁର ଶାଖାରେ) ବ୍ୟାଙ୍କ ଆକାଉଣ୍ଟ ରହିଛି।

ଚଳପ୍ରଚଳ ସମ୍ପତ୍ତିରେ ୫୦୩୩ ଟଙ୍କା ପୋଷ୍ଟ ଅଫିସ୍ ସଞ୍ଚୟ, ୧.୧୧ କୋଟି ଟଙ୍କାର ଜମା, ୯ କୋଟି ଟଙ୍କାର ଆରବିଆଇ ବଣ୍ଡ, ୧ କୋଟି ଟଙ୍କାର ଡାକଘର ଟର୍ମ ଜମା, ୩.୪୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ୬୪୩୪ ଟଙ୍କା ମୂଲ୍ୟର ଆମ୍ବାସାଡର କାର (୧୯୮୦ ମଡେଲ) ଅନ୍ତର୍ଭୁକ୍ତ। କେବଳ ଏତିକି ନୁହେଁ ପଟ୍ଟନାୟକଙ୍କ ଅସ୍ଥାବର ସମ୍ପତ୍ତିରେ ‘ନବୀନ ନିୱାସ’ର ୯,୫୨,୪୬,୧୯୦ ଟଙ୍କା (ପ୍ରାୟ) ଏବଂ ନୂଆଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡ ୫୦% ସମ୍ପତ୍ତିର ଅଂଶ ରହିଛି ।

ODISHA