କେମିତି ଯିବ ଆଜିର ଦିନ

ରାଶିଫଳ : ୧୩-୦୬-୨୦୨୨ ସୋମବାର : ଆଜି ଏହି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ସୂର୍ଯ୍ୟଙ୍କ ଭଳି ଚମକିବ ଇ ମେଷ -କ୍ଲାନ୍ତି ବଢିବ ,ବୃଷ – କେହି ଜଣେ ବିଶ୍ୱାସ ରେ ବିଷ ଦେବେ ,ସାବଧାନ ରୁହନ୍ତୁ, ମିଥୁନ – କଳାପ୍ରିୟ ହେବେ ,କର୍କଟ – ଚାକିରୀ ର ଉନ୍ନତି ସହିତ ସ୍ଥାନ ପରିବର୍ତ୍ତନ କରିବେ I ଆସନ୍ତୁ ଜାଣିବା ଆପଣଙ୍କ ରାଶି ବିଷୟରେ :-

ମେଷ :ମନ ଅସ୍ଥିର ରହିବ I କାର୍ଯ୍ୟ ଜନିତ ଭ୍ରମଣ ରେ ଯିବାକୁ ପଡିବ I ଭ୍ରମଣ ଲାଭଦାୟକ ହେବ I କ୍ଲାନ୍ତି ବଢିବ, ପାରିବାରିକ ଜୀବନ ସୁଖମୟ ହେବ I ଆୟ ଠାରୁ ବ୍ୟୟ ବୃଦ୍ଧି ପାଇବ I ଆଜି କେଉଁଠାରୁ ଶୁଭ ଖବର ପାଇବେ I

ବୃଷ : କୌଣସି କଥାକୁ ନେଇ ମନରେ ଅସନ୍ତୋଷ ଦେଖାଦେବ I ଧାର୍ମିକ ହେବେ,ଆପଣଙ୍କ ସରଳତାର ସୁଯୋଗ ନେଇ କେହି ଆପଣଙ୍କୁ ଠକିବେ I ଘରକୁ ବନ୍ଧୁ ଆଗମନ କରିବେ I ସୁଖାଦ୍ୟ ଭୋଜନ କରିବେ I ଆୟ ବୃଦ୍ଧି ସହିତ ସାମାଜିକ ପ୍ରତିଷ୍ଠା ବଢିବ I

ମିଥୁନ : କଳା ପ୍ରିୟ ହେବେ I ପିଲାମାନଙ୍କଠାରୁ ଭଲ ଖବର ପାଇପାରିବେ I କୌଣସି ବିଷୟ କୁ ନେଇ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ I ଅଜ୍ଞାତ ଭୟ ଦ୍ୱାରା ଅସୁବିଧାରେ ପଡିପାରନ୍ତି I ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିବେ I ପିତା ମାତାଙ୍କର ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ I କାର୍ଯ୍ୟରେ ସଫଳ ହେବେ I

କର୍କଟ : ସାବଧାନ ରୁହନ୍ତୁ I ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ I ପରିବାରର ଜଣେ ବୟସ୍କଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ I ଆତ୍ମବିଶ୍ୱାସ ବୃଦ୍ଧି ପାଇବ I ଚାକିରିରେ ଉନ୍ନତି ଆସିବ , ଆପଣଙ୍କୁ ଅନ୍ୟ କିଛି ସ୍ଥାନକୁ ଯିବାକୁ ପଡିପାରେ I ବିବାଦ ରୁ ଦୁରେଇ ରୁହନ୍ତୁ I

ସିଂହ : ଆତ୍ମବିଶ୍ୱାସ ବୃଦ୍ଧି ପାଇବ Iଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି I କାର୍ଯ୍ୟ ଯୋଗୁଁ ପରିବାରଠାରୁ ଦୂରେଇ ଯାଇପାରନ୍ତି I | କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହ ବୃଦ୍ଧି ପାଇବ | ଚାକିରି କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟରେ ମିଳିପାରିବ I

କନ୍ୟା : ସାରାଦିନ କାର୍ଯ୍ୟବ୍ୟସ୍ତତା ଲାଗି ରହିବ । ବିଭିନ୍ନ ପ୍ରକାରର କାରଣକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ତରବର ନ ହୋଇ ଧୀରସ୍ଥିର ମନ ନେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ପୈତୃକ ସମ୍ପତି ବିଷୟରେ କଥା ବାର୍ତା କରିବେ I

ତୁଳା : ସେବା ପରାୟଣ ହେବେ I ଆର୍ଥିକ ସ୍ଥିତି ର ଉନ୍ନତି ଆସିବ I ବୌଦ୍ଧିକ କାର୍ଯ୍ୟ ବା ସ୍କ୍ରିପ୍ଟ ରାଇଟିଙ୍ଗ ଆୟର ଏକ ମାଧ୍ୟମ ହୋଇପାରେ I ଦିନଟି ଶୁଭଙ୍କର ହେବ I ଆପଣ ଭାଇଙ୍କଠାରୁ ଟଙ୍କା ପାଇବେ I କାର୍ଯ୍ୟକ୍ଷେତ୍ରରେ ଚାପ ବଢିବ I ପାରିବାରିକ ଜୀବନ ସୁଖମୟ ହେବ I

ବିଛା : ସାମୟିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବାର ଆଶଙ୍କା ଉପୁଜିବ । ପାରିବାରିକ କ୍ଷେତ୍ରର କୌଣସି ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବ । ଏମିତି କେତେକ ପରିସ୍ଥିତି ଭିତରେ ଖାପ ଖୁଆଇ ଚଳିବାକୁ ବାଧ୍ୟ ହେବେ ।

ଧନୁ : କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହ ବଢିବ I ବ୍ୟବସାୟ,ଚାକିରୀରେ ଉନ୍ନତି I ଆପଣଙ୍କ କାର୍ଯ୍ୟରେ ଉପରିସ୍ଥ କର୍ମଚାରୀ ଖୁସି ହେବେ I ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I କୌଣସି ନୂତନ ଏକାଡେମିକ୍ ଜନିତ ବ୍ୟବସାୟ କରିବେ I ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି I ମା’ଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ I

ମକର : କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଚାପି ବଢିବ I କାର୍ଯ୍ୟକ୍ଷେତ୍ରରେ ବଦଳି ହେବ Iମନ ଅଶାନ୍ତ ରହିବ । ପଡୋଶୀଙ୍କ ସହ କଳହର ଆଶଙ୍କା ରହିଛି । ଜଣେ ବନ୍ଧୁଙ୍କ ସାହାର୍ଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ପାଖ ପଡୋଶୀଙ୍କ ସହଯାତ୍ରୀ ହୋଇ ଆଜି ସୁଖଭ୍ରମଣ ଯୋଗ ରହିଛି ।

କୁମ୍ଭ : ଆତ୍ମ ବିଶ୍ୱାସ କମିବ I ବ୍ୟବସାୟରେ ଆର୍ଥିକ ସମସ୍ୟା ପ୍ରତି ସଚେତନ ରୁହନ୍ତୁ I ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I ପଢା ପଢ଼ିରେ ବିଶୃଙ୍ଖଳା ହୋଇପାରେ I କଠିନ ପରିଶ୍ରମ ର ଫଳ ପାଇବେ I ପାରିବାରିକ ଜୀବନ ସୁଖମୟ ହେବ I

ମୀନ : ମାନସିକ ଶାନ୍ତି ରହିବ I ଦୀର୍ଘ ଦିନରୁ ବାକି ରହି ଥିବା କାର୍ଯ୍ୟ ସମାପ୍ତ ହେବ Iପାରିବାରିକ ଜୀବନ ରେ ସୁଖୀ ହେବେ |I ଯୁକ୍ତି ତର୍କ ଠାରୁ ଦୂରେଇ ରୁହନ୍ତୁ I କୌଣସି ସୂତ୍ରରୁ ଅଚାନକ ଧନ ଲାଭ ହେବ I ପୋଷାକ ପତ୍ର କିଣାକିଣି ରେ ଖର୍ଚ କରିବେ I