‘ନ୍ୟାୟ ଆଶା ମଉଳିଛି, ସତ୍ୟାଗ୍ରହ ହିଁ ଶେଷ ବିକଳ୍ପ’: ହାଇକୋର୍ଟ ବିଚାରପତିଙ୍କୁ ମନୀଷ ସିସୋଦିଆଙ୍କ ଚିଠି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆ ନ୍ୟାୟିକ ବ୍ୟବସ୍ଥା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କୁ ଏକ ଚିଠି ଲେଖି ସେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ନ୍ୟାୟ ପାଇବା ପାଇଁ ‘ସତ୍ୟାଗ୍ରହ’ ହିଁ ଏକମାତ୍ର ପନ୍ଥା ବୋଲି ଦର୍ଶାଇଛନ୍ତି।  ସିସୋଦିଆ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନର ବ୍ୟବସ୍ଥାରୁ ନ୍ୟାୟ ପାଇବା ନେଇ ସେ ଆଉ ଆଶାବାଦୀ ନାହାନ୍ତି। ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ଏବଂ କେନ୍ଦ୍ରର ପ୍ରଭାବକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ପତ୍ର ମାଧ୍ୟମରେ ସେ କେନ୍ଦ୍ର ସରକାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନ୍ୟାୟ ପାଇବା ପାଇଁ କୌଣସି ଓକିଲ ତାଙ୍କ ପକ୍ଷରୁ ଲଢ଼ିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ପରିସ୍ଥିତିରେ ସତ୍ୟାଗ୍ରହ ହିଁ ଏକମାତ୍ର ବିକଳ୍ପ ରହିଯାଇଛି।”

'Hope for justice has dawned