ପ୍ରବଳ ବର୍ଷା ହେଉଥିଲା, ତାଳଗଛଟି ହୁ ହୁ ହୋଇ ଜଳୁଥିଲା । ଡରି ଯାଇଥିଲେ ପିଲା । ହେଲେ ପ୍ରଧାନଶିକ୍ଷକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଅଘଟଣ ଟଳିଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାର ଶିମିଳିପାଳ ନିକଟସ୍ଥ ଚମ୍ପାଝର ଆଶ୍ରମ ବିଦ୍ୟାଳୟରେ । ଆଜି ଅପରାହ୍ନ ପ୍ରାୟ ୩ଟା୩୦ । ପ୍ରବଳ ଘଡଘଡି ସହ ବର୍ଷା ପବନ ଆରମ୍ଭ ହୋଇଥିବା ବେଳେ ସ୍କୁଲ ନିକଟରେ ଥିବା ଏକ ତାଳ ଗଛକୁ ବିଜୁଳି ମାରିଥିଲା । ଏପଟେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ତାଳଗଛଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା ।
ସ୍କୁଲର ପ୍ରଧାନ ଶିକ୍ଷକ ସାର୍ଦ୍ଦିକ ପଣ୍ଡା ଉପସ୍ଥିତି ବୁଦ୍ଧି ଖଟାଇ ପିଲାମାନଙ୍କୁ ଗୋଟିଏ କଠୋରୀ ଭିତରକୁ ନେଇ ଯାଇ ସ୍କୁଲର ମେନ୍ ସୁଇଚ୍ କୁ ବନ୍ଦ କରି ଦେଇଥିଲେ । ପ୍ରଧାନଶିକ୍ଷକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ପିଲାମାନଙ୍କର ଜୀବନ ସୁରକ୍ଷିତ ରହିପାରିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଠାକୁରମୁଣ୍ଡା ବ୍ଲକରେ ଯେମିତି ପ୍ରାକୃତିକ ବିପର୍ଯ୍ୟୟର ଅଗ୍ରୀମ ସୂଚନା ପାଇଁ ସାଇରନ୍ ମେସିନ ରହିଛି ସେହିଭଳି ପ୍ରତ୍ୟେକ ଗ୍ରାମପଞ୍ଚାୟତଗୁଡ଼ିକରେ ଗୋଟିଏ ଲେଖାଏଁ ସାଇରନ୍ ମେସିନ ଲଗାଇବାକୁ ଦାବି ଉଠିଛି ।