ସମାଜ ଖବର କାଗଜର ୧୦୩ ବାର୍ଷିକୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ,’ଡିଜିଟାଲ୍ ଯୁଗରେ ବି ପ୍ରିଣ୍ଟ ମିଡିଆର ରହିଛି ଆଦୃତି’

ସମାଜ ଖବର କାଗଜର ୧୦୩ ବାର୍ଷିକୀ ଅବସରରେ  ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ,’ଡିଜିଟାଲ୍ ଯୁଗରେ ବି ପ୍ରିଣ୍ଟ ମିଡିଆର ରହିଛି ଆଦୃତି’

କଟକ: ସମାଜ ୧୦୩ ବର୍ଷ ସ୍ବନକ୍ଷତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି। ସମାଜ ପରିବାରକୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର ଘରେ ଘରେ ପରିଚିତ ‘ସମାଜ’ ପରିଚିତ ବୋଲି କହିଛନ୍ତି । ଓଡ଼ିଶାର ଶହେ ବର୍ଷର ଇତିହାସ ସହ ଯୋଡ଼ି ହୋଇରହିଛି । ସେବା ଓ ସଚେତନତା କ୍ଷେତ୍ରରେ ଆଦର୍ଶ ହୋଇ ରହିଛି । ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନରେ ଗୁରୁତ୍ବ ବଜାୟ ରଖିଛି । ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମବାର୍ଷିକ ପାଳନ କରାଯିବ । ଫାଇଭ ଟି ଉପକ୍ରମରେ ଉତ୍କଳମଣିଙ୍କ ଜନ୍ମସ୍ଥାନର ପୁନଃ ବିକାଶ କରାଯାଉଛି ।’

ଡିଜିଟାଲ୍ ଯୁଗରେ ବି ପ୍ରିଣ୍ଟ ମିଡିଆର ଆଦୃତ ରହିଛି । ରାଜ୍ୟର ବିକାଶ କ୍ଷେତ୍ରରେ ସମାଜ ଦାୟିତ୍ବ ସଂପନ୍ନ ଗଣମାଧ୍ୟମ ଭାବେ ଆଗକୁ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଆଗକୁ ସେ କହିଥିଲେ, ‘ସମାଜ ଦ୍ବାରା ପରିଚାଳିତ ଗୋପବନ୍ଧୁ ହସପିଟାଲ କୋଭିଡ୍ ସମୟରେ ବେଶ୍ ଭଲ କାମ କରିଛି । ଏବେ ମଧ୍ୟ ଗରିବ ରୋଗୀଙ୍କୁ ବିଏସକେଓ୍ବାଇ କାର୍ଡ ମାଧ୍ୟମରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛି ।’ ଏହାସହ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୈନିକ ଖବର କାଗଜ ସମାଜର ୧୦୩ ତମ ସ୍ବନକ୍ଷତ୍ର ଦିବସ କଟକ ସାରଳା ଭବନରେ ଆୟୋଜିତ ହୋଇଥିଲା ।