ଚଷମା ଦାଗ ଦୂର କରିବାର ଘରାଇ ଉପାୟ

ଚଷମା ପିନ୍ଧିବା ଆଜିକାଲି ଦୁନିଆରେ ଲାକଙ୍କ ଫେସନ ପାଲଟି ଯାଇଛି । ପୁଅ ହେଉ ବା ଝିଅ ସମସ୍ତ ଆଖିରେ ଚଷମା ପିନ୍ôଧବାର ଦେଖିବାକୁ ପାଇବେ । ସୁନ୍ଦର ଦେଖାଯିବା ପାଇଁ ହେଉ ବା ଆଖି ଖରାପ ପାଇଁ ହେଉ ସମସ୍ତେ ଚଷମା ବ୍ୟବହାର କରିଥାନ୍ତି । କିନ୍ତୁ ଚଷମା ପିନ୍ôଧବା ପରେ ନାକ ଓ ଆଖିରେ ଦାଗ ହୋଇବହୁ ଖରାପ ଦେଖାଯାଏ । ଯଦି ଆପଣ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ କିଛି ଘରାଇ ଉପାୟ ରହିଛି ଯାହାକି ଦାଗରୁ ମୁକ୍ତ ପାଇ ପାରିବେ ।
ବାଦାମ ତେଲରେ ଭିଟାମିନ୍‌–ଇ ରହିଛି । ଏହା କେବଳ ତ୍ୱଚା ଦାଗ ଓ ମଇଳା ସଫା କରିବା ସହିତ ପାଷାକ ଦାଗ ମଧ୍ୟ ସଫା କରେ । ମୁହଁରେ ଚଷମା ପିନ୍ଧି ଦାଗ ପଡିଯାଇଥିଲେ ବାଦାମ ତେଲ ମାଲିସ କରନ୍ତୁ, କିଛି ଦିନ ପରେ ଦାଗ ଦୂରେଇ ଯିବ ।

ଘିକୁଆଁରୀ ତ୍ୱଚା ପାଇଁ ବହୁତ ଉପକାରୀ । ଏହା କେବଳ ତ୍ୱଚାକୁ କାମଳ ବା ସୁନ୍ଦର କରେ ନାହିଁ ଏହାର ଔଷଧୀୟ ଗୁଣ ରହିଛି । ନାକ ଓ ଆଖି ତଳର ଚଷମା ଦାଗ ଦୂର କରିବା ପାଇଁ ଶାଇବା ପୂର୍ବରୁ ଘିକୁଆଁରୀ ରସ ଲଗାଇ ଶୁଅନ୍ତୁ ।
କଞ୍ଚା କ୍ଷୀର ଦାଗ ଦୂର କରିବାରେ ସାହାଯ୍ୟ କରେ । ଏଥିରେ ଆପଣ ଦାଗଥିବା ସ୍ଥାନରେ କଞ୍ଚା କ୍ଷୀର ଲଗାଇଲେ ଦାଗ ଦୁର ହୁଏ ।