ନୂଆଦିଲ୍ଲୀ: ଯୁଦ୍ଧ ସ୍ଥିତିକୁ ନଜରରେ ରଖି ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ଚିଠି ପଠାଯାଇଛି । ଚିଠିରେ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଥିବାବେଳେ,ଆବଶ୍ୟକସ୍ଥଳେ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିବାପାଇଁ କୁହାଯାଇଛି । ଭାରତ-ପାକ ଯୁଦ୍ଧ ଭିତରେ ଓଡ଼ିଶାରେ ମଧ୍ୟ ହାଇଆଲର୍ଟ । ଭୁବନେଶ୍ୱର ବିମାନବନ୍ଦରରେ କଡ଼ା ସୁରକ୍ଷା,ଏହା ସହ ଚାନ୍ଦିପୁରରେ ମଧ୍ୟ ହାଇଆର୍ଲଟ । ପୁରୀ ଏବଂ ହୀରାକୁଦରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି । ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ ସ୍ଥାନଗୁଡିକୁ ଏବେ ସୁରକ୍ଷା ବଳୟରେ ରଖାଯାଇଛି ।