ଭୁବନେଶ୍ବର : ଡିସେମ୍ବର ୩୦ ତାରିଖରେ ସମ୍ବଲପୁର ଗସ୍ତ ରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ। ଏହା ପରେ ବୁର୍ଲା ଭୀମସାର ରେ ଏକ ସ୍ୱତନ୍ତ୍ର କୋଠାକୁ ଉଦଘାଟିତ କରିବେ। ଏହାପରେ କୁଦପାଲିକୁ ଆସି ସ୍ୱାଧୀନତା ସଂଗ୍ରାମୀ ତଥା ସୁରେନ୍ଦ୍ର ସାଏଙ୍କ ଭାଇ ସହିଦ ଛବିଲ ସାଏଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାସହ ଛବିଲ ସାଏଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତିକା ମଧ୍ୟ ଉନ୍ମୋଚନ କରିବେ ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ନାଉରି ନାଏକ ସୂଚନା ଦେଇଛନ୍ତି। ସେପଟେ ଆହୁରି ଅନେକ କାର୍ଯ୍ୟକ୍ରମର ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। ଏନେଇ ସମ୍ବଲପୁର ଜ଼ିଲ୍ଲାପାଳ, କମିଶନର, ଏସପି କୁଦପାଲି ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି।