ଡ଼ିଏସପି ପଦବୀରେ ଯୋଗ ଦେଲେ ହକି ଷ୍ଟାର ବିରେନ୍ଦ୍ର ଲାକ୍ରା

ଓଡିଶାର ବରିଷ୍ଠ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଡିଏସପି ପଦବୀରେ ଯୋଗ ଦେଇଛନ୍ତି I ଗତ ବର୍ଷ ଟୋକିଓ ଅଲିମ୍ପିକରେ ଦଳକୁ ବ୍ରୋଞ୍ଜ ପଦକ ଭେଟି ଦେଇଥିଲେ ଓଡିଶାର ଏହି ହକି ଖେଳାଳି । ଏହାପରେ ଓଡିଶା ସରକାର ତାଙ୍କୁ ଡେପୁଟି ସୁପରି ଟେଣ୍ଟେଣ୍ଟ ଅଫ ପୋଲିସରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ସେହି ଅନୁଯାୟୀ ବିଦ୍ଧି ବଦ୍ଧ ଭାବରେ ଭାବରେ ବୀରେନ୍ଦ୍ର ଲାକ୍ରା ଙ୍କୁ ପୋଲିସ ଡ଼ିଏସପି ଭାବରେ ନିଯୁକ୍ତି ଦିଆଯାଇଛି I ଭାରତୀୟ ହକି ଦଳରେ ଡଫେଣ୍ଡରର ଭୂମିକାରେ ରହିଥିଲେ ବିରେନ୍ଦ୍ର ଲାକ୍ରା । ୨୦୨୧ରେ ଜବରଦସ୍ତ ପ୍ରଦର୍ଶନ ଫଳରେ ୪୧ ବର୍ଷ ପରେ ଅଲିମ୍ପିକ ପଦକ ଆଣି ଇତିହାସ ରଚିଥିଲା ଟିମ ଇଣ୍ଡିଆ । ତେଣୁ ଏହି ଦଳରେ ସାମିଲ ଥିବା ଦୁଇ ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହି ଦାସଙ୍କୁ ଡିଏସପି ପାହ୍ୟା ପ୍ରଦାନ କରିଥିଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।