ବିଧାନସଭାରେ ଉପସ୍ଥାପିତ ହେଲା ୧୯,୮୩୩ କୋଟି ଟଙ୍କା ର ଅତିରିକ୍ତ ବଜେଟ୍‌

ବିରୋଧୀଙ୍କ ପ୍ରବଳ ହୋହଲ୍ଲା ମଧ୍ୟରେ ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍‌ । ମୋଟ ୧୯,୮୩୩ କୋଟିର ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିରେ ପଂଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ୍‌ ବିଭାଗ ପାଇଁ ସର୍ବାଧିକ ୨୬ ପ୍ରତିଶତ ଅର୍ଥାତ ଟଙ୍କାର ବ୍ୟୟବରାଦ ହୋଇଛି । ସ୍ୱାସ୍ଥ୍ୟ ପାଇଁ ୨୩୧୦ କୋଟି ଟଙ୍କା, ଶକ୍ତି ବିଭାଗ ପାଇଁ ୨୧୪୩ କୋଟି ବ୍ୟୟବରାଦ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷର ମୂଳ ବଜେଟ ୧.୭୦ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଆଜି ଆଗତ ଅତିରିକ୍ତ ବଜେଟର ଆକାର ତା’ର ୧୧.୬୭% ।
ତେବେ ପଂଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟରେ ରାଜ୍ୟ ସରକାର ୩,୬୨୪ କୋଟି ଟଙ୍କାକୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ୨୦୩୮.୧୬କୋଟି ଟଙ୍କା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ୧୧୩୪.୯୮କୋଟି ଟଙ୍କା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ୨୧୪୧.୫୩କୋଟି ଟଙ୍କା ଶକ୍ତି କ୍ଷେତ୍ର ଓ ୧୦୭୩.୬୭କୋଟି ଟଙ୍କା ସ୍କୁଲ ଓ ଗଣଶିକ୍ଷା ବିଭାଗ ନିମନ୍ତେ ବ୍ୟୟବରାଦ କରିଛନ୍ତି ।

ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୪୯୮.୫୧କୋଟି ଟଙ୍କାର ବ୍ୟୟବରାଦ କରିଥିବା ଓଡ଼ିଶା ସରକାର ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା’ରେ ରାଜ୍ୟର ଅଂଶଧନ ପାଇଁ ୨୨୯.୫୫କୋଟି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଓଡ଼ିଶାର ଅଂଶଧନ ବାବଦରେ ୯୦୭.୮୩କୋଟି ଟଙ୍କା ବ୍ୟୟବରାଦ ହୋଇଛି ।ଆହୁରି ପଢ଼ନ୍ତୁ I ଅତିରିକ୍ତ ବଜେଟ୍‌ ଉପସ୍ଥାପନ ପରେ ଗୃହକୁ ଆସନ୍ତାକାଲି ୧୦.୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

Comments (0)
Add Comment