ଇସ୍ପାତ ସହରରେ ମହାମହିମ: ବିଭିନ୍ନ ପ୍ରକଳ୍ପର ହେବ ଲୋକାର୍ପଣ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସି ଇସ୍ପାତ ସହର ରାଉରକେଲାରେ ପହଞ୍ଚିଛନ୍ତି। ମହାମହିମଙ୍କ ଏହି ପ୍ରଥମ ରାଉରକେଲା ଗସ୍ତକୁ ନେଇ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ବିମାନବନ୍ଦର ନିକଟସ୍ଥ ପଡ଼ିଆରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ପ୍ରଥମେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ସେଠାରୁ ଏକ ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ରାଷ୍ଟ୍ରପତି ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ। ଏହି ଗସ୍ତ କାଳରେ ରାଷ୍ଟ୍ରପତି ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ।

His Majesty in the steel city: Various projects to be inaugurated