ଓଡ଼ିଶାର ୩୯୩୩ ଗାଁରେ ଉପଲବ୍ଧ ହେବ ହାଇସ୍ପିଡ ଇଣ୍ଟରନେଟ୍ ସେବା

ଓଡ଼ିଶା ସହ ଦେଶର ପାଞ୍ଚ ରାଜ୍ୟ ଆନ୍ଧ୍ର୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ରର ୭,୨୮୭ ଗାଁରେ ପହଞ୍ଚିବ ଇଣ୍ଟରନେଟ୍ ।ଏନେଇ ବୁଧବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ସେ କହିଛନ୍ତି ଏହି ଯୋଜନାରେ ଓଡ଼ିଶା ସହ ୫ ରାଜ୍ୟର ୭୨୮୭ ଗାଁରେ ହେବ ହାଇସ୍ପିଡ୍ ଇଣ୍ଟରନେଟ୍ । ୟୁଏସଓଏଫ ଯୋଜନାରେ ଏନେଇ ୬୪୬୬ କୋଟି ମଂଜୁର କରିଛନ୍ତି ପ୍ରଧାନମନ୍ତ୍ରୀ । ଫଳରେ ଅପହଞ୍ଚ ଜିଲ୍ଲାମାନଙ୍କରେ ୪ଜି ଇଣ୍ଟରନେଟ୍ ସେବା । ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲାରେ ହେବ ହାଇସ୍ପିଡ ୪ଜି ସେବା । ଏନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି ।

Comments (0)
Add Comment