ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ସୋମବାର ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି l ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବିଶେଷ କରି ଛୁଟି ଦିନରେ ଭକ୍ତ ସଂଖ୍ୟା ବଢୁଛି। ସରକାରକୁ ଆସିବା ପରେ ନିଷ୍ପତ୍ତି ହୋଇଥିଲା ଦର୍ଶନ ଶୃଙ୍ଖଳିତ ହେବ। ମନ୍ଦିର ଭିତର ଓ ନାଟମଣ୍ଡପକୁ ଏୟାର କଣ୍ଡିସନ କରାଯିବ। ହେଲେ ବୈଷୟିକ ସମସ୍ୟା ଯୋଗୁ ଏହାକୁ ଘୁଞ୍ଚା ଯାଇଥିଲା। ଆଇଆଇଟି ଭୁବନେଶ୍ୱରକୁ ଏହାର ଯାଞ୍ଚ ଦାୟିତ୍ୱ ଦିଆଯାଇଥିଲା। ଆଉ ଏହି କ୍ରମରେ IIT ଭୁବନେଶର ପକ୍ଷରୁ ବିକଳ୍ପ ଦିଆଯାଇଥିଲା। ଯାହାର ପାଇଲଟ ମଡେଲ କରିବାକୁ ଆଲୋଚନା ହୋଇଛି l ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବଶୀଘ୍ର ଆରମ୍ଭ ହେବ। ମହାପ୍ରଭୁଙ୍କ ଦର୍ଶନ କିପରି ଶୃଙ୍ଖଳିତ ହେବ ତାର ତର୍ଜମା ହୋଇଛି। ମନ୍ଦିର ନୀତିକାନ୍ତିଓ ଲୋକଙ୍କ ଦର୍ଶନରେ ସମସ୍ୟା ନ ହେବା ପାଇଁ ପାଇଲଟ ମଡେଲ କରାଯାଇଛି। ଆଠ ଦଶଦିନ ମଧ୍ୟରେ ସେମାନେ ଏହାକୁ ଦେଖାଇବେ। ୩- ୪ ମାସ ମଧ୍ୟରେ ଏହା ଲାଗୁ କରାଯିବ । ମୋଟ ୫ ଟି ରାମ୍ପ ତିଆରି ହେବ। ଯେଉଁଥିରେ ଆନୁମାନିକ ୫୦ ଜଣ ଲୋକ ଏକାସଙ୍ଗେ ଦର୍ଶନ କରିପାରିବେ। ଯାହାଦ୍ୱାରା ଗୋଟିଏ ଘଣ୍ଟାରେ ୮ରୁ ୧୦ ହଜାର ଲୋକ ସୁରୁଖୁରୁ ଦର୍ଶନ କରିପାରିବେ l ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବଶୀଘ୍ର ଆରମ୍ଭ ହେବ।ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସାତ ପାହଚ ମଧ୍ୟ ଦେଇ ଭିତରକୁ ପ୍ରବେଶ କରୁଛନ୍ତି ଭକ୍ତ। ଏବେ ଗରୁଡ଼ ସ୍ତମ୍ଭ ଠାରୁ ବାହାର କାଠ ପର୍ଯ୍ୟନ୍ତ ରାମ୍ପ ତିଆରି ହେବ। ଫଳରେ ମନ୍ଦିର ଭିତରେ ଭିଡ଼ ହ୍ରାସ ପାଇବ।