ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଅକ୍ଟୋବର ୨୪ ଓ ୨୫ ତାରିଖ ଦୁଇ ଦିନ କୋର୍ଟ ଓ ହାଇକୋର୍ଟର ସମସ୍ତ କାର୍ୟ୍ୟାଳୟ ବନ୍ଦ ରହିବ। ଏଥିସହ ପରବର୍ତ୍ତୀ ସମୟରେ ଆଗାମୀ ନଭେମ୍ବର ୩୦ ତାରିଖ ଶନିବାର ଓ ଡିସେମ୍ବର ୭ ତାରିଖ ଶନିବାର ଯଥାକ୍ରମେ କାର୍ୟ୍ୟ ଦିବସ ଭାବେ ଘୋଷଣା କରାଯାଇଥିବା ଜଣାଯାଇଛି।