ବାଘମାରୀ ଏସିଡ ପକାଇ ହତ୍ୟା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ

ଗତ ଏପ୍ରିଲ ୨୧ ରେ ଖୋର୍ଦ୍ଧା ବାଘମାରି ଥାନା ଅନ୍ତର୍ଗତ ଅଟ୍ରିରେ ଦୁଷ୍କର୍ମ ପରେ ଏସିଡ ପକାଇ ଜଣେ ଯୁବତୀ ଙ୍କୁ ହତ୍ୟା କରାଯାଇଥିଲା I ପୀଡ଼ିତା ନିଖୋଜ ହେବା ପରେ ନିକଟସ୍ଥ ଏକ ଗାଡ଼ିଆରୁ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ଏବଂ ଡାକ୍ତରୀ ରିପୋର୍ଟ ଅନୁସାରେ ତାଙ୍କୁ ଏସିଡ ପକାଇ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା Iଏହି ଘଟଣାରେ ପରିବାର ପକ୍ଷରୁ ବାଘମାରି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା I କିନ୍ତୁ ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି ତତ୍ପରତା ଦେଖାଯାଇ ନଥିଲା I ଶେଷରେ ପୋଲିସ ଠାରୁ ନ୍ୟାୟ ନପାଇ ପୀଡ଼ିତାଙ୍କ ବାପା ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ I

ଏହି ଘଟଣାର ପୁ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋର୍ଟରେ ପ୍ରାର୍ଥନା କରିଥିଲେ ପୀଡିତାଙ୍କ ବାପା।
ତେବେ ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଖୋର୍ଦ୍ଧା SPଙ୍କୁ କଡା ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆବେଦନକାରୀଙ୍କୁ ଜଣାଇବା ପାଇଁ ଆଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ I

Comments (0)
Add Comment