ଦୀପାବଳୀରେ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ : କେବଳ ଗ୍ରୀନ କ୍ରାକର

ପରିବେଶ ପ୍ରଦୂଷଣ ପାଇଁ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଥିଲା I ସେହିପରି ଡ଼ିଏମଇଟି ଙ୍କ ପକ୍ଷରୁ କୁହାଯାଇଥିଲେ କି ବାଣ ଧୁଆଁରୁ ଫୁସଫୁସ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହୁଛି I ତେଣୁ ଦୀପାବଳିରେ ବାଣ ଫୁଟାଇବା କେଁ ରହିଥିଲା I କିନ୍ତୁ ମାନ୍ୟବର ହାଇକୋର୍ଟ ଏଥର କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । ଦୀପାବଳି ଦିନ କେବଳ ୨ ଘଣ୍ଟା ରାତି ୮ରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି । ତେବେ ବାଣ ଫୁଟାଇବା ପାଇଁ ଅନୁମତି ମାଗିଥିଲା ଅଲ ଓଡିଶା ଫାୟାର ଡିଲର ଆସୋସିଏସନ ।କରୋନା ମହାମାରୀ ପାଇଁ ଗତ ବର୍ଷଠୁ ଦୀପାବଳି ଉପରେ କଟକଣା ଜାରି ରହିଛି । ଆଉ ଏହି ଗ୍ରୀନ କ୍ରାକର ପିଇଏସଓ (ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ଅର୍ଗାନାଇଜେସନ) ଅନୁମତି ପ୍ରାପ୍ତ ହୋଇଥିବା ଦରକାର ।

Comments (0)
Add Comment