‘ସେ ମୋଦୀ ନୁହେଁ, ପାଗଳା ମୋଦୀ’ ପୁଣି କଂଗ୍ରେସ ନେତାଙ୍କ ଆପତ୍ତିଜନକ ବୟାନ

ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ । ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପ୍ରସଙ୍ଗରେ ସେ ମୋଦୀଙ୍କୁ ପାଗଳ ବୋଲି କହିଛନ୍ତି । ଏହାକୁ ନେଇ ବିଜେପି ପ୍ରବଳ ଆପତ୍ତି ଉଠାଇଛି । ସବୁଆଡ଼ୁ ପ୍ରତିକ୍ରିୟା ଆସିବା ପରେ ଅଧୀର କହିଛନ୍ତି ଯେ ଏହା ତାଙ୍କର ମତ ନୁହେଁ, ଲୋକମାନେ ଏହା କହୁଛନ୍ତି ।

ମୁର୍ଶିଦାବାଦସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧୀର ଏହି ଆପତ୍ତିଜନକ ବୟାନ ଦେଇ କହିଥିଲେ ଯେ “ସେ ମୋଦୀ ନୁହନ୍ତି, ପାଗଳା ମୋଦୀ । ଏହା ଲୋକମାନେ କହୁଛନ୍ତି । ”

ଅଧୀର ରଞ୍ଜନ ଚୌଧୁରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, ବିଜେପି ବିରୋଧୀ ଦଳମାନେ କୋଲକାତା ଆସି ମମତାଙ୍କ ସହ ବୈଠକ କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଟିଏମସିର ବିଜେପି ସହ ଭିତିରିଆ ସଂପର୍କ ରହିଛି । ଏଣୁ ଟିଏମସି କେବେ ବି ବିଜେପିକୁ ସମାଲୋଚନା କରୁନି । ସେ ମଧ୍ୟ ଆପକୁ ସମାଲୋଚନା କରିଛନ୍ତି ।

“ଆପ୍ ଏବଂ ଟିଏମସି କଂଗ୍ରେସକୁ ଦୁର୍ବଳ କରିବା ଏବଂ ନିଜର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରିବା ନୀତି ଅନୁସରଣ କରନ୍ତି। ତେଣୁ ଉଭୟ ଦଳ ବିଜେପିକୁ ସାହାଯ୍ୟ କରୁଛନ୍ତି” ସେ କହିଛନ୍ତି । ‘