କ୍ୟାରିୟରରେ ସଫଳତା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ସଫଳତା ପାଇବା ପାଇଁ ଲୋକମାନେ କ’ଣ କରନ୍ତି I କିନ୍ତୁ ଅନେକ ଥର ପ୍ରୟାସ, କଠିନ ପରିଶ୍ରମ ମଧ୍ୟ ବେଳେବେଳେ ଫଳ ଦେଇ ନଥାଏ ଏହା ପଛରେ, ବ୍ୟକ୍ତିମାନେ ଭାବନ୍ତି ଭାଗ୍ୟ ଏବଂ ଗ୍ରହ ନକ୍ଷତ୍ର ମାନେ ଦାୟୀ, କିନ୍ତୁ ଯଦି ଆପଣଙ୍କ ରାଶିରେ ସୂର୍ଯ୍ୟ ଗ୍ରହ ଏକ ଦୁର୍ବଳ ସ୍ଥିତିରେ କିମ୍ବା ସୂର୍ଯ୍ୟଙ୍କ ସମ୍ବନ୍ଧୀୟ ତ୍ରୁଟି ଥାଏ ତେବେ ବ୍ୟକ୍ତି ଙ୍କୁ ସଫଳତା ପାଇବାରେ ବାଧା ଦେଇଥାଏ I ଯେହେତୁ ସୂର୍ଯ୍ୟ ହେଉଛି ସଫଳତା ଏବଂ ଆତ୍ମବିଶ୍ୱାସର କାରଣ, ତେଣୁ ଏହି ତ୍ରୁଟିଗୁଡିକୁ ଦୂର କରିବା ପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I
ସମସ୍ତ ପ୍ରୟାସ ପରେ ମଧ୍ୟ ଯଦି କ୍ୟାରିୟରରେ ସଫଳତା ମିଳି ପାରୁ ନାହିଁ ତେବେ ଅତି ସହଜ ଭାବରେ ଘରେ ଘରେ ମିଳୁହିଁବା ଗୁଡ଼ ର ଏହି ସହଜ ଉପଚାର ଭାଗ୍ୟକୁ ଉଜ୍ଜ୍ୱଳ କରିବ I କ୍ୟାରିୟରରେ ସଫଳତା ପାଇବାକୁ ହେଲେ ଆପଣ ଙ୍କ ରାଶି ରେ ସୂର୍ଯ୍ୟ ଗ୍ରହ ଅତ୍ୟନ୍ତ ଦୃଢ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ଯଦି ଏହା ହୋଇନଥାଏ, ତେବେ ଆପଣାନ୍ତୁ କିଛି ସହଜ ଉପାୟ I

ଗୁଡ଼’ ରେ ଅସୁବିଧା ସହିତ ସମସ୍ୟା ହେବ ଦୂର

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗୁଡ଼ ରେ ସୂର୍ଯ୍ୟ ଙ୍କ ସହିତ ସମ୍ପର୍କ ରହିଛି I ସୂର୍ଯ୍ୟକୁ ଶକ୍ତିଶାଳୀ କରିବାରେ ଗୁଡ଼ ର କିଛି ଉପଶମ ବହୁତ ପ୍ରଭାବଶାଳୀ ଫଳାଫଳ ଦେଇଥାଏ I ଏହି ସରଳ ଉପଚାରଗୁଡ଼ିକ ଜୀବନର ଅନେକ ସମସ୍ୟାର ସମାଧାନ କରିପାରିବ I

ଯେତେବେଳେ ବି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରୁଛନ୍ତି , ଆପଣ ପ୍ରଥମେ ଗୁଡ଼ ଖାଇ କାର୍ଯ୍ୟ ଆରମ୍ଭ କରିବା ଉଚିତ I ଯଦି କାର୍ଯ୍ୟ ହେଉ ହେଉ କେଉଁଠି ଅଟକି ଯାଏ ତ ଆପଣ ପ୍ରତିଦିନ ଟିକେ ଗୁଡ଼ ଖାଆନ୍ତୁ | କିଛି ଦିନ ଭିତରେ, ଅଟକି ଯାଇଥିବା କାମ ଆରମ୍ଭ ହେବ I
ଯଦି ଆପଣ ଙ୍କ ରାଶି ରେ ସୂର୍ଯ୍ୟ ଙ୍କ ଘରେ କେଉଁଠି ତ୍ରୁଟି ଥାଏ, ତେବେ ଏହାକୁ ହଟାଇବା ପାଇଁ ପ୍ରବାହିତ ପାଣିରେ ଏକ ଖଣ୍ଡ ଗୁଡ଼ ପକାନ୍ତୁ ଏହା ବ୍ୟତୀତ ନିକଟସ୍ଥ ମନ୍ଦିରରେ ୮ ଦିନ ପାଇଁ ୮୦୦ ଗ୍ରାମ ଗହମ ଏବଂ ୮୦୦ ଗ୍ରାମ ଗୁଡ଼ ଦାନ ଦିଅନ୍ତୁ I ରବିବାର ଠାରୁ ଏହାକୁ ଆରମ୍ଭ କରନ୍ତୁ I ଆପଣଙ୍କ ଜାତକରେ ସୂର୍ଯ୍ୟ କ୍ଷେତ୍ରକୁ ମଜବୁତ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ I

ଚାକିରି ପାଇଁ ସାକ୍ଷାତକାରକୁ ଯିବାବେଳେ, ଗୁଡ଼ ଖାଇବା ପରେ ଘରୁ ବାହାରକୁ ଯାଆନ୍ତୁ I ଆହୁରି ମଧ୍ୟ, ରାସ୍ତାରେ ଯାଉଥିବା ଗାଈ କୁ ପ୍ରତିଦିନରୁଟି ଏବଂ ଗୁଡ଼ ଖାଇବାକୁ ଦିଅନ୍ତୁ I ଯଦି ସାକ୍ଷାତକାରକୁ ଯିବାବେଳେ ଆପଣକୁ ଗାଈ ଦେଖା ଯାନ୍ତି ତ ନିହାତି ଗାଈକୁ ଗୁଡ଼ ଖୁଆଇ ବାହାରୁ ଯାନ୍ତୁ ଆପଣଂକୁ ସଫଳତା ନିଶ୍ଚୟ ମିଳିବ I

Comments (0)
Add Comment