ବାସ୍ତୁ ପାଇଁ ‘ହେଙ୍ଗୁ’

ଆମେ ସମସ୍ତେ ଖାଦ୍ୟ ର ଛୁଙ୍କ ଦେବାପାଇଁ ହେଙ୍ଗୁ ର ବ୍ୟବହାର କରିଥାଉ I ଏହା ସ୍ତାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇବା ସହିତ ଅନେକ ପ୍ରକାର ରୋଗରୁ ବି ମୁକ୍ତି ଦେଇଥାଏ Iତା ସହିତ ହେଙ୍ଗୁ ର ବାସ୍ତୁ ନିବାରଣ କରିବା ସହିତ ଦୁର୍ଭାଗ୍ୟ କୁ ମଧ୍ୟ ଦୂର କରିଥାଏ, ହେଙ୍ଗୁ ଆପଣଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିବ, ସମସ୍ତ ଅସୁବିଧା ଦୂର ହେବ I ଆସନ୍ତୁ ଜାଣିବା :

ହେଙ୍ଗୁ ସମସ୍ତ ପ୍ରକାର ବାଧାବିଘ୍ନ ଦୂର କରିଥାଏ

ଋଣ ରୁ ମୁକ୍ତି ପାଇବା ପାଇଁ ସାମାନ୍ୟ ହେଙ୍ଗୁକୁ ପାଣିରେ ମିଶାଇ ସେଥିରେ ଗାଧୋଇ ଦିଅନ୍ତୁ I ଏହା ବ୍ୟତୀତ, ଲାଲ୍ ମସୁର (ମସୁର ଡାଲି) ସହିତ ହେଙ୍ଗୁ ମିଶାଇ ଦାନ କରନ୍ତୁ I ହେଙ୍ଗୁ ର ଏହି ଉପାୟ ଟି ଆପଣଙ୍କୁ ଜଲ୍ଦି ଋଣ ଭାରରୁ ମୁକ୍ତି କରାଇବ I

ହେଙ୍ଗୁ ର ନକାରାତ୍ମକ ଶକ୍ତି ଉପରେ ପ୍ରଭାବ

ଘରର ନକାରାତ୍ମକ ଶକ୍ତି କୁ ନଷ୍ଟ କରିଥାଏ ହେଙ୍ଗୁ I ୫ ଗ୍ରାମ ହେଙ୍ଗୁ , ୫ ଗ୍ରାମ କର୍ପୁର ଏବଂ ୫ ଗ୍ରାମ ଗୋଲମରିଚ ମିଶାଇ ଏକ ପାଉଡର ପ୍ରସ୍ତୁତ କରନ୍ତୁ I ଏହା ପରେ, ଏହି ପାଉଡରକୁ କିଛି ସୋରିଷ ସହିତ ସମାନ ଭାବରେ ଗୁଳା ତିଆରି କରନ୍ତୁ I ତା’ପରେ ଏହି ବଟିକାଗୁଡ଼ିକୁ ଦୁଇଟି ସମାନ ଭାଗରେ ବିଭକ୍ତ କରି ଏକ ପୁଟୁଳି ରେ ବାନ୍ଧନ୍ତୁ I ସକାଳେ ସୂର୍ଯ୍ୟଉଦୟ ସମୟରେ ଏହି ପୁଟୁଳି ଗୁଡିକୁ ଘରର ଖରାପଡୁଥିବା ସ୍ଥାନରେ ରଖି ଦିଅନ୍ତୁ | କ୍ରମାଗତ ତିନି ଦିନ ପାଇଁ ଏହି ଉପାୟ କରନ୍ତୁ , ଏହା କରିବା ଦ୍ୱାରା, ଘରେ ନଜର ଦୋଷ ଏବଂ ନକାରାତ୍ମକ ଶକ୍ତିର ଖରାପ ପ୍ରଭାବ ଧୀରେ ଧୀରେ ଶେଷ ହେବାକୁ ଲାଗିବ Iଏହା ସହିତ, ପରିବାରର ସମସ୍ତ ସଦସ୍ୟଙ୍କ ପ୍ରଗତିରେ ଉନ୍ନତି ଆସିବ I

ପୂର୍ଣ୍ଣିମା ଉପରେ ହେଙ୍ଗୁ ର ତୁଟୁକା

ଯଦି ଘରେ କୌଣସି ପ୍ରକାର ସକାରାତ୍ମକ ଶକ୍ତି ର ଅବରୋଧ ଦେଖାଯାଏ , ତେବେ ଏହାକୁ ଏଡାଇବା ପାଇଁ ପାଣିରେ ଅଳ୍ପ ହେଙ୍ଗୁ ମିଶାଇ ପୂର୍ଣ୍ଣମୀ ଦିନ ଘର ପୋଛି ଦିଅନ୍ତୁ ଏବଂ ଅଗଣା ଧୋଇ ଦିଅନ୍ତୁ I ପୂର୍ଣ୍ଣଚନ୍ଦ୍ର ରାତିରେ କଲେ ଏହା ଅଧିକ ପ୍ରଭାବଶାଳୀ ହେବ I ଏହା ବ୍ୟତୀତ, ଯେ କୌଣସି କାର୍ଯ୍ୟରେ ସଫଳତା ପାଇବାକୁ ହେଲେ , ଆପଣଙ୍କ ମୁଣ୍ଡ ଉପରୁ ଏକ ଚାମଚ ହେଙ୍ଗୁ କୁ ବୁଲାଇଆଣି ଉତ୍ତର ଦିଗକୁ ଫିଙ୍ଗିଦିଅନ୍ତୁ I ଏହା ଦ୍ୱାରା କାର୍ଯ୍ୟରେ ଆସୁଥିବା ସମସ୍ତ ବାଧା ଦୂର ହେବା ସହିତ ଦେଖନ୍ତୁ ସଫଳତା ଅବଶ୍ୟ ମିଳିବ I

Comments (0)
Add Comment