ଚାଷୀମାନଙ୍କ ପାଇଁ ଆସିଲା ହେଲ୍ପ ଲାଇନ୍‌ ନମ୍ବର

ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ଠାରୁ ତାପମାତ୍ରା ୩ରୁ୪ ଡିଗ୍ରି ଅଧିକ ରହୁଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଫସଲ ନଷ୍ଟ ହେବାର ଆଶଙ୍କା ଦେଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ଚାଷୀଙ୍କ ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯାଇଛି।

ଏହି ହେଲ୍ପ ଲାଇନ୍ ନମ୍ବର ଟି ହେଲା – ୦୬୭୪-୨୩୯୭୯୩୩ । ଗତକାଲି(ଏପ୍ରିଲ ୧୩) ଠାରୁ ଏହି ସେବା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ। ଚାଷୀମାନେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଉପରୋକ୍ତ ହେଲ୍ପ ଲାଇନ୍‌ ନମ୍ବରରେ କଲ୍‌ ଫସଲରେ ଖରା ଜନିତ ସମସ୍ୟା ସମ୍ପର୍କରେ ପଚାରି ପାରିବେ ବୁଝିପାରିବେ।

ଫୋନ୍‌ ମାଧ୍ୟମରେ ଦୁଇ ଜଣ କୃଷି ବୈଜ୍ଞାନିକ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେବେ ବୋଲି ଓୟୁଏଟି କୁଳପତି ପ୍ରଭାତ ରାଉଳ ସୂଚନା ଦେଇଛନ୍ତି।