ନୀରଜ ଚୋପ୍ରାଙ୍କ ସହିତ ୨୯ ଜଣ ଙ୍କୁ ପରମ ବିଶିଷ୍ଟ ସେବା ମେଡାଲ

ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ପାଇବେ ପରମ ବିଶିଷ୍ଟ ସେବା ମେଡାଲ । ଜାଭେଲିନ ଥ୍ରୋ ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ନୀରଜ ଚୋପ୍ରା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ନୀରଜଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ଗତବର୍ଷ ଟୋକିଓ ଅଲିମ୍ପିକ ରେ ସେ ୮୭.୫୮ ମିଟର୍ ଥ୍ରୋ’ କରି ଜାଭେଲିନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବର୍ତ୍ତମାନ ନୀରଜ ୪ ରାଜପୁତାନା ରାଇଫଲରେ ସୁବେଦାର ପଦବୀରେ ଅଛନ୍ତି। ସେନାରେ ରହି ଏହି ଭାରତୀୟ ଆଥଲେଟ୍ ଦମଦାର ପ୍ରଦର୍ଶନ କରିଛନ୍ତି, ଯେଉଁ କାରଣରୁ ତାଙ୍କୁ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇସାରିଛି। ଏହା ସହ ୧୨ ଜଣଙ୍କୁ ଶୌର୍ଯ୍ୟ ଚକ୍ର, ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ୪ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୩ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ୧୩ ଜଣଙ୍କୁ ଯୁଦ୍ଧ ସେବା ମେଡାଲ, ୧୨୨ ଜଣଙ୍କୁ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ ହେବେ ଏହି ମେଡାଲ ବିଜେତା ମାନେ ।

Comments (0)
Add Comment