କରୋନା ସଂକ୍ରମଣ କୁ ରୋକିବା ପାଇଁ କେନ୍ଦ୍ର ସରକାର ଙ୍କ ୫ସୁତ୍ରୀ ନିୟମ ପାଳନ କରିବାକୁ ରାଜ୍ୟ ମାନଙ୍କୁ ଦେଲେ ନିର୍ଦ୍ଦେଶ

ଆଗକୁ ପାର୍ବଣ ଋତୁ ଆସୁଛି ,ପୂଜା ସ୍ଥାନ ଏବଂ ବଜାର ଗୁଡିକରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଇପାରେ I କରୋନା ମହାମାରୀ ର ୨ୟ ଲହର ର ପ୍ରଭାବ ସମ୍ପୂର୍ଣ୍ଣ ଭାବରେ କମିନାହିଁ ଇ ଏବେ ମଧ୍ୟ ରାଜ୍ୟ ମାଙ୍କରେ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବଢୁଛି ଇ କିଛି ରାଜ୍ୟ ପୁରାପୁରି ଭାବରେ ଅନଲକ ପ୍ରକ୍ରିୟା କୁ ଆପଣେଇସାରିଛନ୍ତି ଇ କିନ୍ତୁ କିଛି ରାଜ୍ୟରେ ମହମାରୀ କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶରେ ଜାରି ରହିଥିବା କଟକଣାକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛି। ସେହିପରି ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଯେମିତି କୌଣସି ସ୍ଥାନରେ ଭିଡ଼ ନ ଜମିବ, ସେକଥା ରାଜ୍ୟ ସରକାର ନିଶ୍ଚିତ କରନ୍ତୁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ସରକାର ନୂଆ ଗାଇଡଲାଇନରେ କରୋନା ସଂକ୍ରମଣକୁ ରୋକିବା ପାଇଁ କହିଛନ୍ତି । ରାଜ୍ୟ ସରକାରମାନେ ସବୁବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ୫ ସୂତ୍ରୀ ମନ୍ତ୍ର ଉପରେ ଫୋକସ କରନ୍ତୁ। ସେଗୁଡ଼ିକ ହେଲା-ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର।
ରାଜ୍ୟ ସରକାର ଏହାପରେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେଇ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ଗାଇଡଲାଇନରେ କୁହାଯାଇଛି।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭାଲ୍ଲା ଗୋଟିଏ ବିବୃତିରେ କହିଛନ୍ତି, “ବର୍ତ୍ତମାନ ଜାତୀୟ ସ୍ତରରେ ମହାମାରୀ ସ୍ଥିତିରେ ସ୍ଥିରତା ରହିବା ଭଳି ଦୃଶ୍ୟମାନ ହେଉଛି। ହାତ ଗଣତି ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି।
ତଥାପି ଦେଶର କିଛି ଜିଲ୍ଲାରେ ଆକ୍ଟିଭ କେସ୍‌ ଓ ପିଜିଟିଭିଟି ରେଟ ବଢ଼ୁଛି। ତେଣୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ତେଣୁ ଏହାକୁ ରୋକିବାକୁ ସମସ୍ତେ ପଦକ୍ଷେପ ନେବା ଦରକାର। ସକ୍ରିୟ କଣ୍ଟେନମେଣ୍ଟ ଦ୍ୱାରା ସଂକ୍ରମଣ ରୋକାଯାଇ ପାରିବ। ସମସ୍ତଙ୍କୁ ୫ ସୂତ୍ରୀ ମନ୍ତ୍ର ଉପରେ ଫୋକସ କରିବାକୁ ହେବ।
ଗାଇଡଲାଇନରେ କୁହାଯାଇଛି ଯେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଗୁଡ଼ିକ ପାର୍ବଣରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ କଟକଣା ଲାଗୁ କରିପାରିବେ।
ସଂକ୍ରମଣ କମ ଥିବା ଅଞ୍ଚଳରେ ମଧ୍ୟ ଟେଷ୍ଟିଂକୁ ଜୋରଦାର କରି ଲୋକଙ୍କ ଚାଲିଚଳନ ଉପରେ ନଜର ରଖିବାକୁ ହେବ। ନିୟମ ପାଳନ କରିବାର ଦାୟିତ୍ୱ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କର ବୋଲି ଗାଇଡଲାଇନରେ କୁହାଯାଇଛି।

Comments (0)
Add Comment