ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ହସିନା

ନୂଆଦିଲ୍ଲୀ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭବନକୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରି ଶ୍ରୀମତୀ ମୁର୍ମୁ କହିଥିଲେ, ଆମର ଏକ ଇତିହାସ, ଭାଷା ଏବଂ ସଂସ୍କୃତି ଆମକୁ ପରସ୍ପର ସହିତ ଯୋଡ଼ିପାରିଛି ବୋଲି କହିଥିଲେ । ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶେଖ୍ ହସିନାଙ୍କ ନେତୃତ୍ୱରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହୋଇପାରିଛି । ନିଜ ନାଗରିକଙ୍କ ସାମାଜିକ-ଆର୍ଥିକ ପ୍ରଗତିରେ ବାଂଲାଦେଶ ହାସଲ କରିଥିବା ଉପଲବ୍ଧି ନେଇ ରାଷ୍ଟ୍ରପତି ଖୁସିବ୍ୟକ୍ତ କରିଥିଲେ । ବାଂଲାଦେଶର ବିକାଶ ଯାତ୍ରାରେ ଭାରତ ଏକ ବିଶ୍ୱସନୀୟ ସାଥୀ ରହିବ ବୋଲି ଶେଖ୍ ହସିନାଙ୍କୁ ଆଶ୍ୱସନା ଦେବା ସହ ଆମ ସମ୍ପର୍କ ସର୍ବଦା ସହଯୋଗ ଏବଂ ପରସ୍ପର ବିଶ୍ୱାସ ଉପରେ ଆଧାରିତ ବୋଲି କହିଥିଲେ । ଶେଖ୍ ହସିନାଙ୍କ ଏହି ଯାତ୍ରା ଦୁଇ ଦେଶ ମଧ୍ୟର ସମ୍ବନ୍ଧଙ୍କୁ ଆହୁରି ପରିପକ୍ୱ ଓ ବିକଶିତ କରିବ ବୋଲି ରାଷ୍ଟ୍ରପତି ମୁର୍ମ ବିଶ୍ୱାସ ପ୍ରକଟ କରିଛନ୍ତି ।