ହରିୟାଣାର : ଜାତୀୟ କୁସ୍ତିଯୋଦ୍ଧା ନିଶା ଦାହିଆ ଓ ଭାଇ ଙ୍କୁ ନିର୍ମମ ହତ୍ୟା , ମା ଗୁରୁତର

ହରିୟାଣାର ସୋନିପତରେ ଜାତୀୟସ୍ତରର କୁସ୍ତିଯୋଦ୍ଧା ନିଶା ଦାହିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆକ୍ରମଣକାରୀ ନିଶାଙ୍କ ବ୍ୟତୀତ ତାଙ୍କ ଭାଇ ଏବଂ ମାଙ୍କୁ ମଧ୍ୟ ଗୁଳି କରିଛନ୍ତି। ଘଟଣାସ୍ଥଳରେ ନିଶା ଏବଂ ତାଙ୍କ ଭାଇ ଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମାଙ୍କୁ ଗୁରୁତ୍ତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ସୋନିପତର ପହିଲମାନ ସୁଶୀଲ କୁମାର କୁସ୍ତି ଏକାଡେମୀରେ ଆକ୍ରମଣକାରୀ ପଶି ନିଶା ଦାହିଆ, ଭାଇ ସୁରଜ ଏବଂ ମା ଧନପତିଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ନିଶା ଏବଂ ତାଙ୍କ ଭାଇ ସୁରଜଙ୍କ ମୃତ୍ୟୁ ଘଟିଛି। ମାଙ୍କୁ ଗୁରୁତର ଅବସ୍ଥାରେ ରୋହତକ ପିଜିଆଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ଥିତି ସଙ୍କଟାପନ୍ନ ଥିବା କୁହାଯାଉଛି। ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି। ଏହି ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଛି I

Comments (0)
Add Comment