ଚିକିତ୍ସାଧୀନ ସାମ୍ବାଦିକ ଙ୍କ ଗୋଡ଼ରେ ବେଡି : ବଦଳିଲେ ନୀଳଗିରି ଥାନା IIC ଓ IO

ବଦଳିଲେ ନୀଳଗିରି ଆଇଆଇସି ଓ ଆଇଓ Iନିଜର ବ୍ୟକ୍ତିଗତ ଆକ୍ରୋଶ ସୁଝାଇବାକୁ ନୀଳଗିରିରେ କର୍ତବ୍ୟରତ ସାମ୍ୱାଦିକ ଲୋକନାଥ ଦଳେଇଙ୍କୁ ମାଡ଼ ମାରି ଆହତ କରିବା ପରେ ,ଚିକିତ୍ସାଧୀନ ଥିବା ସମୟରେ ନୀଳଗିରି ଥାନା ପୋଲିସ ଗୋଡ଼ରେ ବେଡ଼ି ପକାଇ ବା ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ନୀଳଗିରି ଆଇଆଇସି ଦୌପଦୀ ଦାସ ଓ ଏହି ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରଯାଇଛି । ପୂର୍ବାଞ୍ଚଳ ରେଂଜ ଇନ୍‌ଚାର୍ଜ ଆଇଜି ନରସିଂହ ଭୋଳ ଏନେଇ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ , ବୁଧବାର ସକାଳେ ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗାଡି ସହିତ ହୋମ୍‌ଗାର୍ଡଙ୍କ ଗାଡି ନୀଳଗିରି ବଜାର ମଧ୍ୟରେ ସାମାନ୍ୟ ଧକ୍କା ହୋଇଥିଲା I କିଛି ସମୟ ର ଉଚ୍ଚବାଚ ପରେ ମାମଲା କ୍ରମେ ଥଣ୍ଡା ପଡିଯାଇଥିଲା ଇ ଏହି ମାମଲାର ଖବର ପାଇଁ ବୁଧୁବାର ରାତିରେ ସାମ୍ବାଦିକ ଙ୍କୁ ପଚରା ଉଚରା ପାଇଁ ନୀଳଗିରି ଥାନା କୁ ଡ଼କାଇ ଥିଲେ ଆଇଆଇସି ଦ୍ରୌପଦୀ ଦାସ I ଥାନାଧକାରୀ ଦ୍ରୌପଦୀ ଦାସ ଙ୍କର ବହୁ ଅନୈତିକ କାର୍ଯ୍ୟର ପର୍ଦାଫାସ କରିଥିଲେ ସାମ୍ବାଦିକ ଲୋକନାଥ ଦଳେଇ I ଏଥିଯୋଗୁଁ ନିଜର ବ୍ୟକ୍ତିଗତ ଆକ୍ରୋଶ ପାଇଁ ଥାନା ଭିତରେ ଲୋକନାଥ ଧକ୍କମାରି ତଳେ ପକାଇଦେଇଥିଲେ ଦ୍ରୌପଦୀ ଦାସ I ତେବେ ସେ ଥାନାରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବୁଧବାର ରାତିରେ ବାଲେଶ୍ୱର ସଦର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୁରୁବାର ସକାଳେ ତାଙ୍କୁ ଜଗିଥିବା ପୋଲିସ କର୍ମଚାରୀ ତାଙ୍କ ଗୋଡ଼ରେ ବେଡି ପକାଇ ଖଟରେ ବାନ୍ଧି ଦେଇଥିଲେ । ତେବେ ଯେଉଁ ପୋଲିସ କର୍ମଚାରୀମାନେ ତାଙ୍କ ଗୋଡ଼ରେ ବେଡି ପକାଇଥିଲେ ସେନେଇ ସାମ୍ବାଦିକ ଲୋକନାଥ ସେମାନଙ୍କୁ ପଚାରିବାରୁ ସେମାନେ ପ୍ରଥମେ ବଡ଼ ସାର୍‌ ଓ ପରେ ନୀଳଗିରି ଆଇଆଇସି ମାଡାମ୍‌ଙ୍କ ନିର୍ଦ୍ଦେଶରେ ଏପରି କରିଥିବା କହିଥିଲେ । ଅନ୍ୟପକ୍ଷରେ ନୀଳଗିରି ଏସ୍‌ଡିିଓ ସଫେଇରେ କହିଛନ୍ତି ଯେ ଏପରି ନିର୍ଦ୍ଦେଶ ଉପରୁ ଜମା ଆସିନାହିଁ ।
ସେପଟେ ସେପଟେ ସାମ୍ୱାଦିକଙ୍କ ଗୋଡ଼ରେ ବେଡ଼ି ପକା ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଏହି ସଂସ୍ଥାର ଏକ ଟିମ ନୀଳଗିରି ଥାନାକୁ ଯାଇ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସାମ୍ବାଦିକଙ୍କୁ ବିଭିନ୍ନ ମିଥ୍ୟା ମାମଲାରେ ଛନ୍ଦି ଗୋଡ଼ରେ ବେଡି ପକାଇବା ଭଳି ଘଟଣାକୁ ନେଇ ଗୁରୁତର ସହ ସ୍ଥାନୀୟ ପୋଲିସ ସହ କଥାବାର୍ତ୍ତା କରିଛି । ଏହାସହ ଘଟଣାସ୍ଥଳ ପରିଦର୍ଶନ ସହ ଘଟନା ସ୍ଥଳ ରେ ଉପସ୍ଥିତ ଲୋକଙ୍କ ସହ କଥାବାର୍ତ୍ତା କରି ଫେରିଛି । ଘଟଣାକୁନେଇ ଚାରିଆଡେ ତୀବ୍ର ପ୍ରତିବାଦ ଆରମ୍ଭ ହୋଇ ଯାଇଛି । ଏହି ସଂସ୍ଥା ର ଆଉ ଏକ ଟିମ ଭୁବନେଶ୍ୱର ରୁ ଆସି ବାଲେଶ୍ଵର ଏସ ପି ଙ୍କୁ ଭେଟିଛି । ପୋଲିସ ର ଏଭଳି ଅମାନୁଷିକ କାର୍ଯ୍ୟକୁ ସଂସ୍ଥା ପକ୍ଷରୁ ସମାଲୋଚନା ଦରକାର ପଡ଼ିଲେ ମାନବାଧିକାର ସଂସ୍ଥା ପୋଲିସ ବିରୁଦ୍ଧରେ ମାମଲା ରୁଜୁ କରିବ ବୋଲି ଚେତାବନୀ ଦେଇଛନ୍ତି। ଏହାପରେ ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଲା ଜଣାନ୍ତୁ। ୧୫ ଦିନ ଭିତରେ ରିପୋର୍ଟ କରିବାକୁ OHRC ନିର୍ଦ୍ଦେଶ ଦେଇଛନ୍ତି।