ଗୌହାଟୀ -ବିକାନେର ଏକ୍ସପ୍ରେସ ଦୁର୍ଘଟଣା: ଜାରି ହେଲା ହେଲ୍ପଲାଇନ ନମ୍ବର

ପଶ୍ଚିମବଙ୍ଗର ଦୋମୁହାଣି ନିକଟ ଜଲପାଇଗୁଡ଼ିରେ ଘଟିଥିବା ଗୌହାଟୀ -ବିକାନେର ଏକ୍ସପ୍ରେସ ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳ ବିଭାଗ । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ରେଲୱେ ପୋଲିସ, ପ୍ରଶାସନ ସହ ଜିଲ୍ଲା ଅଧିକାରୀ ପହଞ୍ଚିଥିଲେ । ଜଳପାଇଗୁଡ଼ୀ ଜିଲ୍ଳା ମାଜିଷ୍ଟ୍ରେଟଙ୍କ ଅନୁଯାୟୀ ୩ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବଗିରୁ ବାହାର କରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିକରାଯାଉଥିବାନେଇ କହିଛନ୍ତି ।

ସେପଟେ ଭାରତୀୟ ରେଳବାଇ ଅନୁଯାୟୀ ୧୨ ଟି ବଗି ଲାଇନଚ୍ୟୁତ ହୋଇଛି । ଗୌହାଟୀ-ବିକାନେର ଏକ୍ସପ୍ରେସ ୧୫୬୩୩ ର ଲାଇନଚ୍ୟୁତ ହେବାକୁ ନେଇ ଉଚ୍ଚସ୍ତରୀୟ ରେଲୱେ ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମେ ଯାତ୍ରୀମାନେ ବଡ଼ଧରଣର ଝଟକା ଅନୁଭବ କରିଥିଲେ। ଏହାପରେ ଇଞ୍ଜିନ ପାଖରୁ ୪ରୁ ୫ ଟି ବଗି ଓଲଟି ପଡ଼ିଥିଲା। ସେହିପରି ଆଉ ୮ଟି ବଗି ମଧ୍ୟ ଲାଇନଚ୍ୟୁତ ହୋଇଥିଲା। ଗୋଟିଏ ବଗି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଭିଡିଓ ସାମ୍ନାକୁ ଆସିଛି।
ଉଦ୍ଧାର ଓ ସହାୟତା ପାଇଁ ରେଳ ବାଇ ପକ୍ଷରୁ 03612731622, 03612731623 ନମ୍ବର ଜାରି କରାଯାଇଛି।

Comments (0)
Add Comment