ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଗାଇଡ଼ଲାଇନ ଜାରି :ସମସ୍ତ ନିୟମ ପାଳନ କରିବେ ପରୀକ୍ଷାର୍ଥୀ

ଆସନ୍ତା ଜାନୁଆରୀ ୨୦ ରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ୨୦୨୦ ମୁଖ୍ୟ ପରୀକ୍ଷା ପାଇଁ ଜାରି ହେଲା ଗାଇଡ଼ଲାଇନ। ପରୀକ୍ଷାର୍ଥୀଙ୍କ ପାଇଁ N-95 ମାସ୍କ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀ ନିଜସ୍ଵ ଛୋଟ ସାନିଟାଇଜର ସାଙ୍ଗରେ ନେଇ ଯିବେ।କୋଭିଡ ୧୯ର ସମସ୍ତ ଗାଇଡ଼ଲାଇନ ହଲ ଭିତରେ ପାଳନ କରିବାକୁ ନିର୍ଦ୍ଦେଶ। ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପରାମର୍ଶ। କୋଭିଡ ଲକ୍ଷଣ ଜଣାପଡିଲେ ତୁରନ୍ତ ଇନଭିଜିଲେଟରଙ୍କୁ ଜଣାଇବେ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ ର ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦେଇଛି ଓପିଏସସି। ସେହିଭଳି ଜାନୁଆରୀ ୨୩ ରୁ ଆରମ୍ଭ ହେଉଛି ଆସିଷ୍ଟାଣ୍ଡ ସର୍ଜନ ପରୀକ୍ଷା। ଆସିଷ୍ଟାଣ୍ଡ ସର୍ଜନ ପରୀକ୍ଷା ପାଇଁ ମଧ୍ୟ ଏହି ସମାନ କଟକଣା ଲାଗୁହେବ । ପରୀକ୍ଷା ହଲ୍‌ରେ ସବୁ କୋଭିଡ୍ ନିୟମକୁ କଡାକଡି ଭାବରେ ପାଳନ କରାଯିବ।ଏନେଇ ଲୋକସେବା ଆୟୋଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି।

Comments (0)
Add Comment