ନୂଆଦିଲ୍ଲୀ: ଏପ୍ରିଲରେ ମୋଟ୍ ଜିଏସଟି ସଂଗ୍ରହ ୨.୪୩ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ପୂର୍ବରୁ ୨ ଲକ୍ଷ କୋଟିରୁ ଅଧିକ। ଗତ ବର୍ଷ ଏପ୍ରିଲ ତୁଳନାରେ ଏହା ୮.୭ ପ୍ରତିଶତ ଅଧିକ । ଉଲ୍ଲେଖନୀୟ ୨୦୨୫ ଏପ୍ରିଲରେ ଜିଏସଟି କଲେକ୍ସନ ୨.୨୩ ଲକ୍ଷ କୋଟିରୁ ଅଧିକ ଥିଲା, ଯାହା ସର୍ବକାଳୀନ କଲେକ୍ସନ ଥିଲା । ଗୋଟିଏ ବର୍ଷ ପରେ ଏହି ରେକର୍ଡ ଭାଙ୍ଗି ଯାଇଛି ଏବଂ ଜିଏସଟି ସଂଗ୍ରହ ପ୍ରଥମ ଥର ୨.୪୩ ଲକ୍ଷ କୋଟି ଟପିଛି । ଘରୋଇ ବିକ୍ରି ଓ କ୍ରୟରୁ ମୋଟ୍ ରାଜସ୍ୱ ୪.୩ ପ୍ରତିଶତ ବଢି ୧.୮୫ ଲକ୍ଷ କୋଟିରୁ ଅଧିକ ରହିଛି । ସେହିପରି ଆମଦାନୀରୁ ଜିଏସଟି କଲେକ୍ସନ ୨୫.୮ ପ୍ରତିଶତ ବୃଦ୍ଧି ସହିତ ୫୭ ହଜାର ୫୮୦ କୋଟି ଟଙ୍କାରେ ପହଞ୍ଚିଛି । ଏପ୍ରିଲରେ ରିଫଣ୍ଡ ଜାରି କରିବାର ରାଶି ୧୯.୩ ପ୍ରତିଶତ ବଢି ୩୧ ହଜାର ୭୯୩ କୋଟି ଟଙ୍କା ରହିଛି । ନେଟ୍ ଜିଏସଟି ସଂଗ୍ରହ ୭.୩ ପ୍ରତିଶତ ବଢି ପ୍ରାୟ ୨.୧୧ ଲକ୍ଷ କୋଟି ଟଙ୍କା ରହିଛି । ପୂରା ଆର୍ଥିକ ବର୍ଷ ୨୦୨୫-୨୬ରେ ଗ୍ରୋସ ଜିଏସଟି ରାଜସ୍ୱ ବର୍ଷ ପରେ ୮.୩ ପ୍ରତିଶତ ବଢି ୨୨.୨୭ ଲକ୍ଷ କୋଟି ଟଙ୍କା ରହିଛି । ଏହି ବର୍ଷ ପାଇଁ ନେଟ୍ ଜିଏସଟି କଲେକ୍ସନ ୭.୧ ପ୍ରତିଶତ ବଢି ୧୯.୩୪ ଲକ୍ଷ କୋଟି ଟଙ୍କା ରହିଛି ।