ବଢିବ ତାତି!

ଦିନ କୁ ଦିନ ବଢୁଛି ତାତି । ପଶ୍ଚିମା ଝଡ଼ ପରେ ଏବେ ରାଜ୍ୟରେ ବଢ଼ିବ ଖରା । ୬ ତାରିଖ ଯାଏଁ ଖରାରୁ ନିସ୍ତାର ନାହିଁ । ପାଗ ଶୁଖିଲା ରହିବା ସହ ଖରାଟିଆ ରହିବ । ରାଜ୍ୟର ତାପମାତ୍ରା ପାଖାପାଖି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ।

୭ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷକରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ରାୟଗଡ଼ା, ବୌଦ୍ଧ, ଅନୁଗୁଳ ଓ ଢ଼େଙ୍କନାଳ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ଆଜି ପାଗ ଖରାଟିଆ ରହିପାରେ । ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ ।