ହେଲିକପ୍ଟର ଦୁର୍ଘଟଣାରେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁ : ବେଙ୍ଗାଲୁରୁରେ ଚିକିତ୍ସାଧୀନ ଥିଲେ

ହେଲିକପ୍ଟର ଦୁର୍ଘଟଣାରେ ଆହତ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ପରଲୋକ । ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଦେହାନ୍ତ ହୋଇଛି। ଉତ୍ତମ ଚିକିତ୍ସା ପାଇଁ ବରୁଣ ସିଂଙ୍କୁ ତାମିଲନାଡୁର ୱେଲିଙ୍ଗଟନ୍‌ରୁ ବାଙ୍ଗାଲୋରର କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଜେନେରାଲ ବିପିନ ରାୱତଙ୍କ ପରିବାର ସହ ଥିଲେ ଗ୍ରୁପ କ୍ୟାପଟେନ । ଟ୍ୱିଟ କରି ସୂଚନା ଦେଲା ବାୟୁସେନା ।

ସୂଚନା ଅନୁସାରେ ଡିସେମ୍ବର ୮ତାରିଖ ରେ ଭାରତୀୟ ବାୟୁସେନା (IAF) ର ମି -17 ଭି 5 ହେଲିକପ୍ଟର ଜେନେରାଲ ବିପିନ ରାୱତଙ୍କ ,ତାଙ୍କ ପତ୍ନୀ ଙ୍କ ସମେତ ୧୪ ଜଣ ଅଧିକାରୀଙ୍କୁ ନେଇ ଡିଫେନ୍ସ ସର୍ଭିସ ଷ୍ଟାଫ୍ କଲେଜ, ୱେଲିଙ୍ଗଟନ୍ (ନିଲ୍ଗିରି ପାହାଡ) କୁ ଯାଉଥିଲା, କୁନୁର ନିକଟରେଏହି ଦୁଖଦଃ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ହେଲିକପ୍ଟରରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ମୋଟ ୧୪ ଜଣ ଲୋକ ଥିଲେ। ଏହି ଦୁର୍ଘଟଣା ପରେ ଜେନେରାଲ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ ଜୀବିତ ଥିଲେ ।

Comments (0)
Add Comment