ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ବିଭିନ୍ନ ସରକାରୀ ସଂଘର ଶୁଭେଚ୍ଛା

ଭୁବନେଶ୍ୱର : ଆଜି ନବୀନ ନିବାସରେ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଲେ ୧୪ଟି ସରକାରୀ କର୍ମଚାରୀ ସଂଘ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନରେ ମୁଖ୍ୟ ସେନାପତି ସାଜିଥିବା ଭିକେ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା । ରୁପାନ୍ତରଣ ଓଡିଶା ଆଗେଇ ଚାଲିଥିବାରୁ ଭିକେ ପାଣ୍ଡିଆନଙ୍କ ନୂଆ ନିଯୁକ୍ତିକୁ ନେଇ ଉତ୍ସାହିତ ହୋଇଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତ୍ତା । ଆଗାମୀ ଦିନରେ ଓଡିଶା ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ସାକାର କରିବାରେ ଲାଗିଛନ୍ତି ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ ପାଣ୍ଡିଆନ । ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ଭେଟିବା ସହ, ଆଗାମୀ ଦିନରେ ସେମାନଙ୍କ ସମସ୍ୟା ପୁରଣ ହେବା ଦିଗରେ ଆଶା ରଖିଛନ୍ତି